ଧୋକାବାଜ ପ୍ରେମିକ, ଶାରିରୀକ ସମ୍ପର୍କ ରଖିବା ପରେ ବାହା ହେବାକୁ ମନା କରୁଛି

ହରିୟାଣା: ଧୋକା, ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ସରକାରୀ ଚାକିରୀ କରିଥିବା କହି ଯୁବତୀଙ୍କୁ ପଟାଇଲା । ଆଉ ବିବାହ କରିବାର ପ୍ରତିଶ୍ରୃତି ଦେଇ ରଖିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କରିବା ପରିବର୍ତ୍ତେ ଫଟୋ ଭିଡିଓ ଭାଇରାଲ କରାଇବା ସହ ପ୍ରେମିକାକୁ ଏସିଡ ମାଡ କରିବାକୁ ଧମକ ଦେଉଛି ପ୍ରେମିକ । ଏନେଇ ପିଡିତା ଜଣକ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହରିୟାଣାରେ ଘଟିଛି ଏଭଳି ଘଟଣା ।

ପୋଲିସ ରିପୋର୍ଟ ମୁତାବକ, ଯୁବତୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ଅବସରରେ ୨୦୧୯ ନଭେମ୍ବର ୩୦ ତାରିଖରେ ଅଭିଯୁକ୍ତ ପ୍ରେମିକ ଇଶ୍ୱର ସହ ଭେଟ ହୋଇଥିଲା । ଇଶ୍ୱର କହିଥିଲା କି ସେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟରେ ଚାକିରୀ କରିଛି । ବିଭିନ୍ନ ମିଠା ମିଠା କଥା ସାଙ୍ଗକୁ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲା । ଆଉ ବିବାହ କରିବା ପ୍ରତିଶ୍ରୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏପରିକି ଗର୍ଭ ନଷ୍ଟ କରିବା ଲାଗି ଗର୍ଭ ନିରୋଧକ ମେଡିସିନ ମଧ୍ୟ ଦେଇଛି । ଆଉ ବିବାହ କରିବା କଥା କହିବା ପରେ ମାରିଦେବାକପୁ ଦେଇଥିଲା ଧମକ ।

Share

Leave a Reply

Your email address will not be published. Required fields are marked *

20 − 15 =