ଟି-୨୦ ସିରିଜ୍ ପାଇଁ ଭାରତର ୧୫ ଜଣିଆ ଦଳ ଘୋଷଣା

ନୂଆଦିଲ୍ଲୀ() ଆସନ୍ତା ନଭେମ୍ବର ମାସ ୩ ତାରିଖରୁ  ବାଂଲାଦେଶ ସହ ଆରମ୍ଭ ହେବାକୁ ଯାଉଥିବା ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ୩ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏହା ସହ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ମଧ୍ୟ ଦଳ ଘୋଷଣା କରାଯାଇଛି ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ସଞ୍ଜୁ ସାମସନ୍, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ (ୱିକେଟରକ୍ଷକ), ୱାସିଙ୍ଗଟନ୍ ସୁନ୍ଦର, କୃର୍ଣ୍ଣାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର, ଦୀପକ ଚହର, ଖଲିଲ୍ ଅହମ୍ମଦ, ଶିଭମ୍ ଦୁବେ ଏବଂ ସାର୍ଦ୍ଦୁଲ ଠାକୁର ।

ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଦିମାନ୍ ଶାହା (ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନୀ, କୁଲଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁଭମାନ ଗିଲ୍, ଋଷଭ ପନ୍ଥ ।

Share

Leave a Reply

Your email address will not be published. Required fields are marked *

17 − 4 =