ନିଜର ସୁରକ୍ଷାକୁ ନିଜେ ରକ୍ଷା କରିବାକୁ ପଡ଼ିବ

ଭୁବନେଶ୍ୱର () ଭବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସ୍‌ମିଟ୍‌ । ଏହି ପ୍ରେସ୍‌ମିଟ୍‌ରେ କରୋନା ବିଷୟରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ସେ କହିଛନ୍ତ, ଭୁବନେଶ୍ୱରରେ କରୋନା ନେଇ ସ୍ଥିତି ଅନ୍ୟ ସହର ତୁଳନାରେ ଭଲ ଅଛି । ପ୍ରତିଦିନ ଭୁବନେଶ୍ୱରରୁ ୨୫୦ରୁ ୩୦୦ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଏଣୁ ନିଜର ସୁରକ୍ଷାକୁ ନିଜେ ରକ୍ଷା କରିବାକୁ ପଡ଼ିବ । ଟେଷ୍ଟିଂ ବଢ଼ୁ ଥିବାରୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି ।ଭୁବନେଶ୍ୱରରେ କରୋନା ଏବେ ପିକ୍‌ରେ ପହଞ୍ଚିଛି । ଆମକୁ ଏଥିପାଇଁ ସଜାଗ ରହିବାକୁ ହେବ । ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା ନିୟମ ମାନନ୍ତୁ । ଆଗାମୀ ମାସକ ପାଇଁ ଆମକୁ ସଚେତନ ରହିବାକୁ ପଡ଼ିବ ।ପ୍ରେସିମିଟ୍‌ରେ ଏହି ସୂଚନା ଦେଇଛନ୍ତି କମିଶନର ।

Share

Leave a Reply

Your email address will not be published. Required fields are marked *

4 + 20 =