ସମସ୍ତ କେନ୍ଦ୍ରୀୟ ପ୍ରକଳ୍ପକୁ ରାଜ୍ୟ ସହଯୋଗ କରିବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶୁଭଦେବା ଓ ଉଦଘାଟନ କରିବା ଅବସରରେ ଅନୁÂିତ ଜନସମାବେସକୁ ଉଦବୋଧନ ଦେବା ବେଳେ ସେ ରାଜ୍ୟ ବିଜେଡି ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିବେ ବୋଲି ରାଜ୍ୟ ବିଜେପି ନେତା ଓ କର୍ମୀ ମାନେ ଆଶା କରୁଥିଲେ । ପ୍ରକୃତରେ ସେମିତି କିଛି ଦେଖିବାକୁ ମିଳିଲାନି । ପ୍ରଧାନମନ୍ତ୍ରୀ ବୁଲେଇବଙ୍କେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଆଣିଥିଲେ ସତ କିନ୍ତୁ ତାହା ତାଙ୍କ ପୁର୍ବ ଭାସଣଗୁଡିକ ଭଳି ସେତେଟା ଶାଣିତ ନଥିଲା । ଆଜି ବିପୁଳ ଜନସମାଗମକୁ ଦେଖି ଓଡିଶାରେ ପରିବର୍ତନ ଅବଶ୍ୟମ୍ଭାବି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୋଦି କହିଥିଲେ ।
ଖୋର୍ଦ୍ଧା ଠାରେ ଅନୁÂିତ ପ୍ରଧାନମନ୍ତ୍ରୀଙ୍କ ସମାରୋହରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସ୍ୱାଧିନତା ସଂଗ୍ରାମରେ ବକ୍ସିଜଗବନ୍ଧୁଙ୍କର ବୀରତ୍ୱ ଓ ବଳିଦାନର କୌଣସି ପଟ୍ଟାନ୍ତର ନାହିଁ । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବାପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ବକ୍ସିଜଗବନ୍ଧୁ ଓ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏବଂ ଆଜିର କେନ୍ଦ୍ରୀୟ ପ୍ରକଳ୍ପକୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଏହି ସଭାଗୁଡିକରେ ରାଜ୍ୟପାଳ ଗଣେସିଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧା. ଜୁଏଲ ଓରାମ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

11 − six =