ଘରୁ ଟାଇଟଲ ବଜାୟ ରଖିବା ଅଭିଯାନ ଆରମ୍ଭ କରୁଛି ବେଙ୍ଗାଳୁରୁ ଏଫସି

ଭୁଵନେଶ୍ବର : ଶ୍ରୀ କାନ୍ତିରବ ଷ୍ଟାଡିଅମରେ ଗତବର୍ଷ ଯେଉଁଠାରେ ସେମାନେ ଛାଡିଥିଲେ ସେହିଠାରୁ ଟାଇଟଲ ବଜାୟ ରଖିବା ଅଭିଯାନ ଆରମ୍ଭ ପାଇଁ ଉତ୍ସୁକ ଅଛି ହିରୋ ଇଣ୍ଡିଆନ ସୁପର ଲିଗ ଚାମ୍ପିଅନ ବେଙ୍ଗାଳୁରୁ ଏଫସି । ଡବଲ ଲେଗ ପ୍ଲେ-ଅଫରେ ପଛରୁ ଆସି ନର୍ଥଇଷ୍ଟ ୟୁନାଇଟେଡ଼ ଏଫସି ହରାଇବା ସହିତ ୨୦୧୮-୧୯ ଫାଇନାଲ ରେ ପହଞ୍ଚିଥିଲା ବେଙ୍ଗାଳୁରୁ ଏଫସି ।

୨୦୧୯-୨୦ ସିଜନର ପ୍ରଥମ ମ୍ୟାଚରେ ସେହି ନର୍ଥଇଷ୍ଟ ୟୁନାଇଟେଡ଼କୁ ଭେଟୁଥିବା ବେଙ୍ଗାଳୁରୁ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଟି ଆଇଏସଏଲ ଟାଇଟଲ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ।

ମୁଖ୍ୟ ପ୍ରଶିକ୍ଷକ କାର୍ଲସ କ୍ଵାଡ୍ରାଟ ସ୍ୱୀକାର କରନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଦଳ ଟାଇଟଲ ବଜାୟ ରଖିପାରି ନଥିବା ଆଶ୍ଚର୍ଯ୍ୟଜନକ । କିନ୍ତୁ କେ କହନ୍ତି ବେଙ୍ଗାଳୁରୁ ଦଳର ପ୍ରଥମ ଲକ୍ଷ୍ୟ ପ୍ଲେ-ଅଫରେ ପହଂଚିବା ତାପରେ ସେମାନେ ଟାଇଟଲ ଜିତିବା ପାଇଁ ଉଦ୍ୟମ କରିବେ ।

ଗୋଟିଏ ଖରାପ ମ୍ୟାଚ ତୁମକୁ ପ୍ରତିଯୋଗିତାରୁ ବାହାର କରିଦେଇପାରେ ସେଥିଲାଗି ମୁଁ ମୋ ଖେଳାଳୀମାନଙ୍କୁ ପ୍ରତିଯୋଗୀମୂଳକ ହୋଇ ପ୍ରଥମେ ପ୍ଲେ-ଅଫରେ ପହଂଚିବାକୁ ପରାମର୍ଶ ଦେଉଛି ବୋଲି କହନ୍ତି ଏହି ସ୍ପେନ ପ୍ରଶିକ୍ଷକ ।

ଗତ ସିଜନର କିଛି ତାରକା ଖେଳାଇ ଦଳ ଛାଡିବା ସତ୍ୱେ ନର୍ଥଇଷ୍ଟ ୟୁନାଇଟେଡ଼ ଏକ ଶକ୍ତିଶାଳୀ ଦଳ ଗଠନ କରିପାରିଛି ତାହା କ୍ଵାଡ୍ରାଟଙ୍କ ପାଇଁ ଚିନ୍ତାର କାରଣ ହୋଇଛି

ସେ କହନ୍ତି, ନର୍ଥଇଷ୍ଟ ୟୁନାଇଟେଡ଼ ଏକ ସମ୍ପୂର୍ଣ ନୂଆ ଦଳ ଏବଂ ଏହାର ପ୍ରଶିକ୍ଷକ ମଧ୍ୟ ନୂଆ ତେଣୁ ଆମେ କଡା ମୁକାବିଲା ଆଶା କରୁଛୁ ସେମାନଙ୍କ ପାଖରେ ଆସାମୋଆ ଗ୍ୟାନିଙ୍କ ସମେତ ବହୁତ ଭଲ ଖେଳାଳି ଅଛନ୍ତି କିନ୍ତୁ ଆମକୁ ଆମ ଖେଳ ଉପରେ ଧ୍ୟାନ ଦେବାକୁ ପଡିବ ”

ସେମାନେ ଗତ ବର୍ଷର ଚାମ୍ପିଅନ ହେଲେ ମଧ୍ୟ ଏଥରର ସିଜନ ସହଜ ହେବ ବୋଲି କ୍ଵାଡ୍ରାଟଙ୍କର ଆଦୌ ଭ୍ରାନ୍ତ ଧାରଣା ନାହିଁ ତାଙ୍କ ମତରେ ଟାଣୁଆ ଦଳ ଗଠନ ଲାଗି ଅନ୍ୟମାନେ ବହୁତ ଅର୍ଥ ଖର୍ଚ୍ଚ କରିଛନ୍ତି ତେଣୁ ପ୍ଲେ-ଅଫରେ ପହଂଚିବା ଲାଗି କଡା ମୁକାବିଲା ହେବ

ବେଙ୍ଗାଳୁରୁ ଦଳ ଷ୍ଟ୍ରାଇକର ମାନୁଏଲ ଓନୟୁଙ୍କ ସମେତ ଏକାଧିକ ନୂଆ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିଛି ଖ୍ୟାତନାମ ମିକୁଙ୍କ ସ୍ଥାନ ପୁରାଣ ଲାଗି ଓନୟୁଙ୍କ ଗୁରୁ ଦାୟିତ୍ୱ ରହିଛି ଆର୍ଥିକ ଦୃଷ୍ଟିରୁ ମୁକୁଙ୍କୁ ଛାଡିବାକୁ ପଡିଲା ବୋଲି ସ୍ୱୀକାର କରନ୍ତି କ୍ଵାଡ୍ରାଟ କିନ୍ତୁ ସେ ମଧ୍ୟ କହନ୍ତି ଯେ ନୂଆ ଖେଳାଳିମାନଙ୍କ ପାଖରେ ବହୁତ ଦକ୍ଷତା ଓ ଅଭିଜ୍ଞତା ରହିଛି

ଅନ୍ୟ ପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ଼ ପ୍ରଶିକ୍ଷକ ରବର୍ଟ ଜାର୍ଣ୍ଣି ସ୍ୱୀକାର କରନ୍ତି ଯେ ବେଙ୍ଗାଲୁରୁ ଏଫସି ଦଳରେ ହୋଇଥିବା ପରିବର୍ତନ ତାଙ୍କ ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ତେବେ ବେଙ୍ଗାଲୁରୁ ବିପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ଼ କିଛି ଭଲ କରିପାରିବ ବୋଲି ତାଙ୍କର ବିଶ୍ୱାସ ରହିଛି । ସେ କହନ୍ତି ଆମେ ପୁରା ତିନି ପଏଣ୍ଟ ପାଇବାକୁ ଚେଷ୍ଟା କରିବୁ ।

Share

Leave a Reply

Your email address will not be published. Required fields are marked *

15 − 15 =