ଆନେ୍ଦାଳନରୁ ଓହରିଲେ ଡାକ୍ତର

କୋଲକାତା()  ଶେଷରେ ପ୍ରତ୍ୟାହୃତ ହୋଇଛି ଡାକ୍ତରଙ୍କ ଆନ୍ଦୋଳନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆନ୍ଦୋଳନରତ ଡାକ୍ତରଙ୍କ ସଚିବଳାୟର ‘ନବାନ୍ନ’ ହଲରେ ବୈଠକ ପରେ ଏହି ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏଥିସହ ଡାକ୍ତରଙ୍କ ସୁରକ୍ଷା ଦାବିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ହସ୍ପିଟାଲ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଡାକ୍ତରମାନେ ମମତାଙ୍କୁ ନିଜର ‘ମୁରବି’ ବୋଲି ସମ୍ୱୋଧନ କରିଥିବା ଜଣାପଡ଼ିଛି। ଜରୁରୀକାଳୀନ ଓ୍ୱାର୍ଡରେ ରୋଗୀଙ୍କ ବ୍ୟତୀତ ୨ରୁ ଅଧିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ଦାବି କରିଥିଲେ। ସେହିପରି, ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜୁଛି ସେଥିପାଇଁ ଡାକ୍ତରମାନେ ଆବଶ୍ୟକ ଫୋରମ ଦାବି କରିଥିଲେ। ତା ଛଡ଼ା, ଯେଉଁମାନେ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ସେମାନଙ୍କୁ ଗିରଫ କରିବା ପାଇଁ ସେମାନେ ମମତାଙ୍କ ନିକଟରେ ନିବେଦନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଜରୁରୀକାଳୀନ ଓ୍ୱାର୍ଡରେ ୨ରୁ ଅଧିକ ଲୋକ ପ୍ରବେଶ କରିପାରିବେ ନାହିଁ। ଏଥିସହ ପ୍ରତି ହସ୍ପିଟାଲରେ ୧୦ ସ୍ତରୀୟ ସୁରକ୍ଷା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଜଣେ ପୁଲିସ ଅଫିସର ଗୋଟିଏ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ବୋଲି ମଧ୍ୟ ମମତା କହିଛନ୍ତି। ଏ ନେଇ ବୈଠକରେ ଉପସ୍ଥିତ ଥିବା ପୁଲିସ କମିଶନର ଅନୁଜ ଶର୍ମାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମମତା। ଯେଉଁ ରୋଗୀଙ୍କର ମୃତ୍ୟୁ ହେବ ସେ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ଫୋରମ୍ ଜରିଆରେ ଅବଗତ କରାଯିବ ବୋଲି ମମତା ବାନାର୍ଜୀ ଡାକ୍ତରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ଏଯାଏ ୫ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

two × 5 =