ନବୀନଙ୍କ ଯୋଗୁଁ ବିଶ୍ୱକପ ହକି ଓଡିଶାରେ ସଫଳ ହୋଇଛି: ଦିଲ୍ଲୀପ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ।  ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ପର୍ୟ୍ୟଟନ ଶିଳ୍ପ ଆଗକୁ ବଢିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ବିଶ୍ୱକପ ହକି ଓଡିଶାରେ ସଫଳତା ସହ ହୋଇପାରିଲା  ଏବଂ ଆଗକୁ ମଧ୍ୟ ୨୦୨୩ରେ ଅନ୍ୟ ଏକ ହକି ବିଶ୍ୱକପର ସଂସ୍କରଣ ହେବାକୁ ଯାଉଛି ବୋଲି ଗୋପାଳପୁର ବେଳାଭୁମି ମହୋତ୍ସବରେ କହିଛନ୍ତି ଦିଲ୍ଲୀପ । ବିଶ୍ୱ ଦରବାରରେ ଓଡ଼ିଶାର ଐତିହ୍ୟ କଳାକୁ ପ୍ରତିଷ୍ଠିତ କରାଇବା ସହ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ଓ କୋଣାର୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀ ଭୁଲିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀପ ରାୟ ।

Share

Leave a Reply

Your email address will not be published. Required fields are marked *

5 × 2 =