ହନୁମାନ ହେଉଛନ୍ତି ମୁସଲମାନ୍ : ବିଜେପି ନେତା ବୁକ୍କଲ

ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ନେତା ତଥା ମେମ୍ବର ଅଫ ଲେଜିସଲେଟିଭ କାଉନସିଲ ବୁକ୍କଲ ନବାବଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ଆଉ ଏକ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ମାନଙ୍କ ଆରାଧ୍ୟ ଦେବତା ହନୁମାନଙ୍କ ଉପରେ ମନ୍ତବ୍ୟ ଦେଇଛନ୍ତି ବିଜେପିର ଏହି ବରିଷ୍ଠ ନେତା । ବୁକ୍କଲ କହିଛନ୍ତି ହନୁମାନ ମୁସଲମାନ ଥିଲେ । ତାଙ୍କରି ନାଁରେ ଆମ ମାନଙ୍କ ମଧ୍ୟରେ ନାମକରଣ ହେଉଛି ବୋଲି ସେ କହିଛନ୍ତି ।
ତାଙ୍କ କହିବାନୁସାରେ ରେହେମାନ, ରମଜାନ, କୁର୍ବାନ ଆଦି ନାଁ ହନୁମାନଙ୍କ ନାଁ ଅନୁସାରେ ଦିଆହେଉଛି । ତେଣୁ ଏହି ଦେବତା ମୁସଲମାନ ଥିଲେ ବୋଲି ଦାବି କରିଛନ୍ତି ବୁକ୍କଲ ନବାବ । ତାଙ୍କର ଏହି ବୟାନକୁ ନେଇ ଏବେ ନୂଆ ବିବାଦ ଠିଆ ହୋଇଛି । ପୂର୍ବରୁ ହନୁମାନଙ୍କ ଦଳିତ ବୋଲି କହିଥିଲେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଶୁଣନ୍ତୁ ସେ କଣ କହିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − sixteen =