ବିଜେଡିରେ ଯୋଗଦେଲେ ଅନୁଗୁଳ ମ୍ୟୁନିସିପାଲଟି ପୂର୍ବତନ ଅଧ୍ୟକ୍ଷ

ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ଓ ତାଙ୍କ ସମର୍ଥକ ।

ଏହି ମିଶ୍ରଣ ପର୍ବ ଅବସରରେ ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ସେ କହିଛନ୍ତି ରାଜ୍ୟବାସୀ ସେବା କରିବା ନେଇ ଯେଉଁ ଆଶୀର୍ବାଦ ଦେଇଛନ୍ତି ସେହି ସେବା ଜାରି ରହିବ । ବିରୋଧମାନେ ବିଭିନ୍ନ ପ୍ରସଂଗ ଉଠାଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ କହିବାକୁ ପଛାଇଲେ ନାହିଁ । ଯାହାର ଜବାବ ସେମାନେ ପାଇଛନ୍ତି । ପୌର ନିର୍ବାଚନରେ ମଧ୍ୟ ସମାନ ବିଜୟ ଧାରା ବଜାୟ ରହିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ପୌର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସୂଚିତ କରି ସେ କହିଛନ୍ତି, ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ହେବ । ଏଣୁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଯେଉଁ ଆଶାୟୀ ନିଷ୍ପଳଙ୍କ ଥିବେ, ସେବା ମନୋବୃତ୍ତି ଥିବା ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବେ ବୋଲି  ଶ୍ରୀ ମଙ୍ଗରାଜ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + 19 =