ବିଜେଡିର ସାଙ୍ଗଠନିକ ସ୍ତରରରେ ଅଦଳ ବଦଳ, କୁଶଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ୱର () ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ଅଦଳ ବଦଳ କରାଯାଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏନେଇ ଦଳୀୟ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ କାରଣରୁ ନିଲମ୍ବିତ ହୋଇଥିବା ଚମ୍ପୁଆ ବିଧାନସଭା ନିର୍ବାଚନମଣ୍ଡଳୀର କୁଶ ଆପଟ୍ଟ, ଗଞ୍ଜାମ ବେଲଗୁଣ୍ଠାର ରଞ୍ଜନ କୁମାର ଖଣ୍ଡୁଆଳ ଏବଂ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଛି।

ବରିଷ୍ଠ ନେତା ବିମ୍ବାଧର କୁଅଁରଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍‌ଚାର୍ଜ କରାଯାଇଛି। ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କଟକ ଜିଲା ସଭାପତି ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନା ଜିଲ୍ଲା ସଭାପତି ଥିଲେ । ଚନ୍ଦ୍ରଶେଖର ସାହୁଙ୍କୁ ଉପସଭାପତି, ବିକ୍ରମ ପଣ୍ଡାଙ୍କୁ ସାଧାରଣ ସମ୍ପାଦକ ଏବଂ ସସ୍ମିତ ପାତ୍ରଙ୍କୁ (ସଂଖ୍ୟାଲଘୁ ବ୍ୟାପାର) ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ଅଶୋକ ବଳ, ସଂଗ୍ରାମ ପାଇକରାୟ, ପ୍ରମୋଦ ସାହୁ, ଆଶିଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଏବଂ ଟି. ପ୍ରସାଦ ରାଓ ଦୋରାଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ କେନ୍ଦୁଝର ସଭାପତି ଦାୟିତ୍ୱରେ ଥିବା ଆଶିଷଙ୍କୁ ଉକ୍ତ ପଦବୀରୁ ଅବ୍ୟାହତି ପ୍ରଦାନ କରାଯାଇଛି। ସମ୍ବଲପୁର ସଭାପତି ପ୍ରମୋଦ ରଥଙ୍କୁ ମଧ୍ୟ ଅବ୍ୟାହତି ଦିଆଯାଇଛି। ବିମ୍ବାଧର ବିଶ୍ୱାଳଙ୍କୁ କେନ୍ଦୁଝର ଜିଲାସଭାତି, ରୀନା ବାରିକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ମିଳିଛି। ସେହିପରି ମହମ୍ମଗ ସକିଲଙ୍କୁ ସାଲେପୁର ଏବଂ ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି।

ମନୋହର ରନ୍ଧାରୀଙ୍କୁ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ, ପ୍ରୀତମ୍‌ ମେହେରଙ୍କୁ ବଲାଙ୍ଗୀର , ଶିବ ପଟ୍ଟନାୟକଙ୍କୁ ଲକ୍ଷ୍ମୀପୁର ଏବଂ ନାରାୟଣ ପାତ୍ରଙ୍କୁ କୋଟପାଡ ବିଧାନସଭାର ସହପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

eight + 3 =