ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ

ଆଜିଠୁ ପଞ୍ଜାବ ରାଜନୀତିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଭଗୱନ୍ତ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ବନଓ୍ବାରୀ ଲାଲ୍ ପୁରୋହିତ ଏହି ଶପଥ ଗ୍ରହଣ କରାଇଛନ୍ତି । ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ କରିଛନ୍ତି। ପ୍ରଥମଥର ପାଇଁ ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି । ମୋଟ ୧୧୭ ବିଧାନସଭା ଆସନ ମଧ୍ୟରୁ ଆପ ୯୨ ଟି ଆସନରେ ବିଜୟୀ ହୋଇଛି । ଭଗୱନ୍ତ ମାନ ପଞ୍ଜାବର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଭଗଓ୍ବନ୍ତ ମାନ୍ କହିଛନ୍ତି, ପଞ୍ଜାବ ଇତିହାସରେ ସୁବର୍ଣ୍ଣ ଅଧ୍ୟାୟ ଆରମ୍ଭ ହେଲା । ଏବେ ବଢତା ପଞ୍ଜାବ ବୋଲି କହିଛନ୍ତି ମାନ୍ ।

Share

Leave a Reply

Your email address will not be published. Required fields are marked *

thirteen − 4 =