କଂଗ୍ରେସ ଛାଡ଼ିଲେ ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର()   କଂଗ୍ରେସରୁ ଇସ୍ତଫା ଦେଲେ ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଡା.ପୂଜାହାରୀ ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଏହାକୁ ଗ୍ରହଣ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ନିର୍ବାଚନ ପୂର୍ବରୁ ଡାକ୍ତର ପୂଜାହାରୀ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନରୁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା କଂଗ୍ରେସ ଭବନରେ ହୋଇଥିବା ସମୀକ୍ଷା ବୈଠକରେ କର୍ମୀମାନେ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାସହ ଘଟଣାକୁ ନେଇ କଂଗ୍ରେସ କାର୍ୟ୍ୟାଳୟରେ ଉତ୍ତେଜନା ବି ଦେଖା ଦେଇଥିଲା।

ପୂଜାହାରୀ କହିଛନ୍ତି,“ ଗତ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ କଂଗ୍ରେସ କର୍ମୀମାନେ ମୋତେ ଗାଳି ଗୁଲଜ କରିଥିଲେ। ଏହି ବୈଠକରେ ଜର୍ଜ ତିର୍କୀ ଉପସ୍ଥିତ ଥିଲେ। ତାଙ୍କ ସାମ୍ନାରେ ସମସ୍ତ କଂଗ୍ରେସ କର୍ମୀ ମୋତେ ଏମିତି କଥା କହିଲେ ଯେ ମୁଁ ଭାବିଲି ଏମିତି ସ୍ଥିତିରେ କଂଗ୍ରେସରେ ରହି କିଛି ଲାଭ ହେବନି । ‘ଯେଉଁ ଦଳରେ ସ୍ବାଭିମାନ ନାହିଁ, ନିଜ ସମର୍ଥକଙ୍କୁ ସମ୍ମାନ ନାହିଁ ସେଠାରେ ରହିବାର ବି କିଛି ଅଭିପ୍ରାୟ ନାହିଁ’ ବୋଲି କହିଥିଲେ।

Share

Leave a Reply

Your email address will not be published. Required fields are marked *

thirteen − four =