୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା

ବ୍ରଜରାଜନଗର ଉପନିର୍ବାଚନ ରେ ବିଜେଡିକୁ ମିଳିଲା ବିପୁଳ ସମର୍ଥନ । ବାଜିମାତ କଲା ବିଜେଡ଼ି । ବିପୁଳ ଭୋଟରେ ଜିତିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ୬୫ ହଜାରରୁ ଅଧିକ ଭୋଟରେ ଜିତିଲେ ଅଳକା । ୨୫, ୮୨୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ସେହିଭଳି ୨୧,୪୬୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଲେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ।

ସୂଚନା ଥାଉକି, ବ୍ରଜରାଜନଗର ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ଗତ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା ବ୍ରଜରାଜନଗର ଉପନିର୍ବାଚନ ।

Share

Leave a Reply

Your email address will not be published. Required fields are marked *

16 + twenty =