ଶରୀର ପାଇଁ ଲାଭଦାୟକ ମେଥି ଶାଗ, ଏହି ସବୁ ରୋଗରୁ…

ସେ ଧନୀ ହେଉ କି ଗରିବ ସମସ୍ତଙ୍କ ରୋଷେଇ ଶାଳରେ ଏମିତି ଏକ ପରିବା ଯାହା ସୁଖ ଦୁଃଖ ସବୁଥିରେ ସାଥ ଦେଇଥାଏ । ଯାହା ନିୟମିତି ଖାଇବାରେ କୌଣସି କ୍ଷତି ନଥାଏ । ତାହା ହେଉଛି ଶାଗ । ଶାଗ ତ ବିଭିନ୍ନ ପ୍ରକାରର ରହିଛି । ହେଲେ ଏହି ଶାଗ ମାନଙ୍କ ମଧ୍ୟରେ ମେଥି ଶାଗ ଅନ୍ୟତ୍ତମ । ଏହି ମେଥି ଶାଗରେ ରହିଛି ବିଭିନ୍ନ ଉପାଦାନ ଯାହା ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଡାକ୍ତରମାନଙ୍କ ମତରେ ମଧ୍ୟ ଏହି ମେଥି ଶାଗ ଖାଇବା ଲାଭଦାୟକ ବୋଲି କୁହାଯାଇଛି ।
-ମେଥି ଶାଗ ଖାଇବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା, କୋଲେଷ୍ଟ୍ରଲ୍, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ବଡ ବଡ଼ ରୋଗରୁ ମୁକ୍ତି ମିଳିଥାଏ ।
-ବିଶେଷ କରି ମେଥି ଶାଗ ଖାଇଲେ ପେଟ ସମ୍ବନ୍ଧିତ ସମସ୍ୟା ଅତି ସହଜରେ ଚାଲିଯାଇଥାଏ । ଯେଉଁ ମାନଙ୍କ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହୁଛି, ସେମାନେ ମେଥି ଶାଗ ନିୟମିତ ଖାଇବା ଉଚିତ।
– ଏହି ଶାଗ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହା ସହିତ ରକ୍ତରେ ଶର୍କରା ଭାଗକୁ ବି ନିୟନ୍ତ୍ରଣରେ ରଖେ।
-ମେଥି ଶାଗ ଏକ ଆଣ୍ଟି-ବାୟୋଟିକ୍ ଉପାଦାନ ପରି ମଣିଷ ଶରୀରରେ କାମ କରିଥାଏ। ଖାସ୍ କରି ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଔଷଧ ପରି କାମ କରିଥାଏ ।
-ଆପଣ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ମେଥି ଶାଗ ଖାଇପାରିବେ। ଏହା ବ୍ୟତୀତ ତ୍ୱଚା, କେଶ, ଅଣ୍ଟା ବିନ୍ଧା ଆଦି ପାଇଁ ମେଥି ଶାଗ ଖାଇବା ନିତ୍ୟାନ୍ତ ଜରୁରୀ।

Share

Leave a Reply

Your email address will not be published. Required fields are marked *

4 × 4 =