ଆର୍ୟନଙ୍କୁ ମିଳିଲାନି ଜାମିନ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କୁ ଜାମିନ ମିଳିଲାନି। ଶେଷରେ ଷ୍ଟାର୍‌ କିଡ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମୁମ୍ବାଇ ଜିଲା କୋର୍ଟରେ ଜାମିନ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି। ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ଯାଇଛନ୍ତି ଆର୍ୟନ। ଏହାସହିତ ହସ୍ପିଟାଲରେ ତାଙ୍କର କୋଭିଡ୍‌ ଟେଷ୍ଟ ଏବଂ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି। ପରେ ଏନସିବି ହେପାଜତକୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ୟନ । ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟିରେ ସାମିଲ ଥିବାରୁ ଆର୍ୟନଙ୍କୁ ଏନସିବି ଗିରଫ କରିଥିଲା ।

ଅନ୍ୟପକ୍ଷରେ ଆଜି ହେଉଛି ଶାହାରୁଖଙ୍କ ସ୍ତ୍ରୀ ଅର୍ଥାତ୍‌ ଆର୍ୟନଙ୍କ ମା’ ଗୌରୀଙ୍କ ଜନ୍ମଦିନ। ଆଜିର ଏହି ଦିନରେ ପୁଅ ଜେଲ୍‌ ଯିବା ନେଇ ଭାଙ୍ଗି ପଡ଼ିଛନ୍ତି ଉଭୟେ ମା-ବାପା। ଆର୍ୟନଙ୍କୁ ଅନେକ ବଲିଉଡ୍‌ ତାରକା ସମର୍ଥନ ମଧ୍ୟ କରୁଥିଲେ।

Share

Leave a Reply

Your email address will not be published. Required fields are marked *

19 − 16 =