ଅର୍ଗାନ୍ ଦାନ କରିବେ ବିଗ୍ ବି

ମୁମ୍ବାଇ () ବଲିଉଡ ମହାନାୟକ ଅମିତାଭ୍ ବଚ୍ଚନ ସୋସିଆଲ୍ ମିଡ଼ିଆରେ ବହୁତ ଆକ୍ଟିଭ୍ ରୁହନ୍ତି । ସୋସିଆଲ୍ ମିଡ଼ିଆରେ ସେ ସବୁବେଳେ ନିଜ ଫଟୋ ସହିତ ନିଜ ପିତାଙ୍କ ପଂକ୍ତି ମଧ୍ୟ ସେୟାର କରନ୍ତି । ବିଗ୍ ବି ପୁଣି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସେ ନିଜ ଅର୍ଗାନ୍ ଦାନ ଜାରିବାକୁ ଘୋଷଣା କରିଛନ୍ତି । ସୋସିଆଲ୍ ମିଡ଼ିଆ ଜରିଆରେ ସେ ଏହି ସୂଚନା ଦେଇଛନ୍ତି ।

ଅମିତାଭ ବଚ୍ଚନ ଏକ ଟ୍ୱିଟ କରିଛନ୍ତି । ସେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ପିନ୍ଧିଥିବା କୋଟରେ ଏକ ଛୋଟ ସବୁଜ ରଙ୍ଗର ଫିତା ରହିଛି । ଏହି ଫଟୋ ସେୟାର କରି ବିଗ ବି ଲେଖିଛନ୍ତି, “ମୁଁ ଅର୍ଗାନ୍ ଡୋନର୍ ହେବାକୁ ଶପଥ ନେଇଛି । ଏହି ସବୁଜ ଫିତା ମୁଁ ଏହାର ପବିତ୍ରତା ପାଇଁ ପିନ୍ଧିଛି ।”

Share

Leave a Reply

Your email address will not be published. Required fields are marked *

3 × five =