Business

ବୀମା ବଂଟନ କ୍ଷେତ୍ରରେ ଅପଷ୍ଟକ୍ସର ପ୍ରବେଶ, ଭାରତରେ ସମ୍ପତି ପରିଚାଳନାର ସରଳୀକରଣ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଅଗ୍ରଣୀ ସଂପତି ପରିଚାଳନା ପ୍ଲାଟଫର୍ମ ଅପ୍‌ଷ୍ଟକ୍ସ ପକ୍ଷରୁ ବୀମା ବଂଟନ କ୍ଷେତ୍ରରେ ପ୍ରବେଶ ବିଷୟରେ ଘୋଷଣା କରାଯାଇଛି । ଷ୍ଟକ୍‌, ଏଫ୍‌ଆଣ୍ଡ୍‌ଓ ଏବଂ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ରଦାନ କରିବା ଲାଗି ପରିଚିତ ଅପଷ୍ଟକ୍ସ ବୀମା କ୍ଷେତ୍ରରେ ପ୍ରବେଶ କରିବା ଦ୍ୱାରା ଏକ ବ୍ୟାପକ ସଂପତି ଗଠନ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଷ୍ଟକ୍‌, ଆଇପିଓ, ଏଫ୍‌ଆଣ୍ଡ୍‌ଓ, କମୋଡିଟି, କରେନ୍ସି, ଫିକ୍ସଡ୍ ଡିପୋଜିଟ୍‌, ପି୨ପି ଋଣ, ସରକାରୀ ବଣ୍ଡ, ଟି-ବିଲ୍‌, ଏନ୍‌ସିଡି, ସୁନା, ବୀମା ଏବଂ ଆହୁରି ବହୁ ପ୍ରକାରର ଆର୍ଥିକ ଉପକରଣ ପାଇଁ ଅପଷ୍ଟକ୍ସ ୱାନ୍ ଷ୍ଟପ୍ ସପ୍‌ରେ ପରିଣତ ହୋଇଛି ।
ଏହି ଶୁଭାରମ୍ଭ ସହିତ ଗ୍ରାହକମାନଙ୍କ ଆବଶ୍ୟକତା ଅନୁସାରେ ବୀମା ପଲିସି କିଣିବାରେ ସେମାନଙ୍କୁ ସରଳ, ସ୍ୱଚ୍ଛ ଓ ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରି ବୀମା ଶିଳ୍ପରେ ବିପ୍ଳବ ଆଣିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ବର୍ତମାନ କମ୍ପାନି ଏହାର ପ୍ଲାଟଫର୍ମରେ ଟର୍ମ ଲାଇଫ୍ ଇନ୍‌ସ୍ୟୁରାନ୍ସ ପ୍ରଦାନ କରୁଛି । କମ୍ପାନି ସ୍ୱାସ୍ଥ୍ୟ, ମୋଟର ଏବଂ ଗମନାଗମନ ବୀମା ସୁବିଧା ଆରମ୍ଭ କରିବାକୁ ଯୋଜନା ରଖିଛି । ଏଚ୍‌ଡିଏଫ୍‌ସି ଲାଇଫ୍ ସହିତ ଅପଷ୍ଟକ୍ସ ସହଯୋଗିତା ସ୍ଥାପନ କରିଛି ।
ଅପ୍‌ଷ୍ଟକ୍ସ ପକ୍ଷରୁ ଯୁବପିଢ଼ିଙ୍କୁ ବୀମା ବିଷୟରେ ଚିନ୍ତା କରିବା ଲାଗି ଉତ୍ସାହିତ କରାଯାଉଛି ଯାହା ସେମାନଙ୍କ ପ୍ରିମିୟମ୍ ଖର୍ଚ୍ଚକୁ କମ୍ କରିବାରେ ସହାୟକ ହେବ । ଗ୍ରାହକଙ୍କ ଯାତ୍ରାକୁ ଅଧିକ ସରଳ କରିବା ଲାଗି କମ୍ପାନି ପକ୍ଷରୁ ଶ୍ରେଷ୍ଠ ବୀମା ପ୍ରଦାନକାରୀମାନଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି ଏବଂ ସେମାନଙ୍କୁ ସବୁୁୁଠୁ ଉପଯୁକ୍ତ ପସନ୍ଦ ପ୍ରଦାନ କରିବା ଲାଗି କମ୍ପାନି ଯୋଜନା ରଖିଛି । ବୀମା ରାଶି ହିସାବ କରିବା ଲାଗି ଅପଷ୍ଟକ୍ସରେ କାଲକୁଲେରର ସୁବିଧା ରହିଛି ।
ଅପ୍‌ଷ୍ଟକ୍ସର ସହ-ପ୍ରତିଷ୍ଠାତା କବିତା ସୁବ୍ରମଣ୍ୟମ କହିଛନ୍ତି ଯେ, “ଅପଷ୍ଟକ୍ସ ଉପରେ ଆମର ସେବାକୁ ବିସ୍ତାର କରିବା ଏବଂ ବୀମା ବିତରଣ କ୍ଷେତ୍ରରେ ପ୍ରବେଶ କରି ଆମେ ଆନନ୍ଦିତ । ଆମେ ସ୍ୱୀକାର କରିଛୁ ଯେ ବୀମା ପରିଦୃଶ୍ୟରେ ଆଗକୁ ବଢ଼ିବା ଏକ କଠିନ କାର୍ଯ୍ୟ । ଗ୍ରାହକମାନେ ଅନେକ ପ୍ରଶ୍ନରେ ବୁଡ଼ି ରହିଛନ୍ତି, ଯଥା କେଉଁଟି ସଠିକ୍ ପ୍ଲାନ୍‌, ପ୍ଲାନ୍ ଚୟନ ପାଇଁ ସଠିକ୍ ମାନଦଣ୍ଡ କ’ଣ ହେବା ଉଚିତ୍‌, କେତେ ବୀମା ସୁରା ଯଥେଷ୍ଟ ହେବ, ଇତ୍ୟାଦି । ଅପ୍‌ଷ୍ଟକ୍ସରେ, ଆମେ ଏହି ଆହ୍ୱାନଗୁଡ଼ିକୁ ବୁଝିଛୁ ଏବଂ ଆମେ ଆମର ଗ୍ରାହକମାନଙ୍କୁ ଏସବୁର ଉତର ପାଇବାରେ ସାହାଯ୍ୟ କରିବା ପାଇଁ ଉତ୍ସର୍ଗୀକୃତ ରହିଛୁ । ଆମର ଉଦ୍ଦେଶ୍ୟ ହେଉଛି ଗ୍ରାହକମାନଙ୍କୁ ସାହାଯ୍ୟ କରିବା ଏବଂ ଭାରତୀୟମାନଙ୍କୁ ସଠିକ୍ ନିବେଶ କରିବାରେ ସାହାଯ୍ୟ କରିବା । ଆମ ପ୍ଲାଟଫର୍ମକୁ ସରଳ, ସୁରକ୍ଷିତ, ଦ୍ରୁତ ଏବଂ ସହଜ କରିବା ଦିଗରେ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଆମ ପ୍ଲାଟଫର୍ମରେ ବୀମାର ଶୁଭାରମ୍ଭ ସହିତ ଆମେ ଏକ ସୁରକ୍ଷିତ ଆର୍ôଥକ ଭବିଷ୍ୟତ ପାଇଁ ଆମର ଗ୍ରାହକଙ୍କୁ ସେମାନଙ୍କ ସମ୍ପତିକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବାକୁ ଆମର ପ୍ରୟାସରେ ଅଟଳ ରହିବୁ ଏବଂ ଏହାକୁ ହାସଲ କରିବା ପାଇଁ ଏଚଡିଏଫସି ଲାଇଫକୁ ଆମର ପ୍ରଥମ ବୀମା ଅଂଶୀଦାର ଭାବରେ ପାଇ ଆମେ ଆନନ୍ଦିତ ।’’
ଏଚଡିଏଫସି ଲାଇଫର ଉପ ପରିଚାଳନା ନିର୍ଦ୍ଦେଶକ ସୁରେଶ ବଦାମୀ କହିଛନ୍ତି ଯେ, “ଅପ୍‌ଷ୍ଟକ୍ସ ସହ ଆମର ସହଯୋଗିତା ଘୋଷଣା କରି ଆମେ ଆନନ୍ଦିତ । ୨୦୪୭ ସୁଦ୍ଧା ଭାରତର “ସମସ୍ତଙ୍କ ପାଇଁ ବୀମା’ ଲକ୍ଷ୍ୟ ହାସଲ ଦିଗରେ ଏହା ଆଉ ଏକ ପଦକ୍ଷେପ । ଆମର ବିତରଣ ଏବଂ ଡିଜିଟାଲ ସାମର୍ଥ୍ୟକୁ ବ୍ୟବହାର କରି ଆମର ବୀମା ସମାଧାନକୁ ସେମାନଙ୍କ ସମଗ୍ର ଗ୍ରାହକ ଭିତିଭୂମିରେ ବିସ୍ତାର କରିବା ଏବଂ ଏହି ଭାଗିଦାରୀର ମୂଲ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

ten − 1 =