ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅରବିନ୍ଦ ସିଂହଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି

ବିଦାୟୀ ସିଇଓ ଶ୍ରୀ ଏମ୍ ସେନ୍‌ବାଗମଙ୍କ ୨୦୨୩ ମେ’ ୩୧ରେ ଅବସର ଗ୍ରହଣ

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଶ୍ରୀ ଅରବିନ୍ଦ ସିଂହଙ୍କୁ କଂପାନିର ନୂଆ ସିଇଓ ଭାବେ ନିଯୁକ୍ତ କରାଯାଇଥିବା ଘୋଷଣା କରାଯାଇଛି । ୨୦୨୩ ଜୁନ୍ ୧ରେ ଶ୍ରୀ ସିଂହ ନୂତନ ଦାୟିତ୍ୱ ଗ୍ରହଣ କରିବେ ।
୨୦୨୩ ମେ’ ୨୫ରେ ଅନୁଷ୍ଠିତ ଟିପିସିଓଡିଏଲ୍ ନିର୍ଦେଶକଙ୍କ ବୋର୍ଡର ଏକ ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀ ଅରବିନ୍ଦ ସିଂହଙ୍କୁ ସିଇଓ ଭାବେ ନିଯୁକ୍ତ କରାଯିବା ସହ ତାଙ୍କ ନେତୃତ୍ୱ ଦକ୍ଷତା ପ୍ରତି ବିଶ୍ୱାସ ପ୍ରଦର୍ଶନ କରାଯାଇଛି । ବିଦାୟୀ ସିଇଓ ଶ୍ରୀ ଏମ୍ ସେନବାଗମଙ୍କ ମୂଲ୍ୟବାନ ସେବା ପାଇଁ ବୋର୍ଡ ପକ୍ଷରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଛି ।
ଟାଟା ପାୱାରର ସଭାପତି, ଟ୍ରାନ୍ସମିସନ ଆଣ୍ଡ୍ ଡିଷ୍ଟ୍ରିବ୍ୟୁସନ (ଟିଆଣ୍ଡ୍‌ଡି) ଶ୍ରୀ ସଞ୍ଜୟ ବାଙ୍ଗା କହିଛନ୍ତି ଯେ, “ଟିପିସିଓଡିଏଲ୍‌ର ନୂଆ ସିଇଓ ଭାବେ ଆମେ ଶ୍ରୀ ଅରବିନ୍ଦ ସିଂହଙ୍କୁ ସ୍ୱାଗତ କରୁଛୁ ଏବଂ ତାଙ୍କ ନେତୃତ୍ୱରେ କଂପାନି ଆଗକୁ ବଢ଼ିବ ଏବଂ କେନ୍ଦ୍ରୀୟ ଓଡ଼ିଶାର ବାସିନ୍ଦାଙ୍କୁ ଭରସାଯୋଗ୍ୟ ଓ ପ୍ରଭାବଶାଳୀ ବିଦ୍ୟୁତ୍ ବଂଟନ ସେବା ପ୍ରଦାନ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ ବୋଲି ଆମର ବିଶ୍ୱାସ ରହିଛି ।’’
ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ଶ୍ରୀ ସିଂହଙ୍କ ବ୍ୟାପକ ଅଭିଜ୍ଞତା ଓ ପ୍ରମାଣିତ ଟ୍ରାକ୍ ରେକର୍ଡ ଭବିଷ୍ୟତରେ ଟିପିସିଓଡିଏଲ୍‌ର ନେତୃତ୍ୱ ନେବା ପାଇଁ ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଛି । ୨୦୨୧ ଜାନୁଆରି ୧ରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ର ସିଇଓ ଭାବେ କାର୍ଯ୍ୟ କରିଥିବା ଶ୍ରୀ ସିଂହ ନିଜ ନୂଆ ପଦ ପାଇଁ ମୂଲ୍ୟବାନ ଅଭିଜ୍ଞତା ଓ ବିଶେଷତା ଆଣିଛନ୍ତି ।
୨୦୨୧ ଜାନୁଆରିରେ ଟିପିଏସ୍‌ଓଡିଏଲ୍‌ର ସିଇଓ ଭାବେ ଯୋଗ ଦେବା ପୂର୍ବରୁ ଶ୍ରୀ ସିଂହ ଟାଟା ପାୱାର ଗ୍ରୁପ୍‌ର ପ୍ରମୁଖ ନେତୃତ୍ୱ ଭୂମିକା ନିର୍ବାହ କରୁଥିଲେ । ଟାଟା ପାୱାର ଓ ପାୱାରଗ୍ରିଡ୍‌ର ଯୌଥ ଉଦ୍ୟୋଗ ପାୱାରଲିଙ୍କ୍‌ସ ଟ୍ରାନ୍ସମିସନ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ସିଇଓ ଭାବେ ସେ ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି ।
ଟାଟା ପାୱାରରେ ଦୀର୍ଘ ୪୦ ବର୍ଷର କ୍ୟାରିୟର ଥିବା ଶ୍ରୀ ସିଂହ ମାଡ୍ରାସ୍‌ର ଲୋୟଲା କଲେଜ ଓ ଜାମସେଦପୁରର ଲୋୟଲା ସ୍କୁଲରୁ ପାଠ ପଢ଼ିଛନ୍ତି । ଆଇଆଇଟି ମାଡ୍ରାସ୍‌ରୁ ସେ ବି.ଟେକ୍ ଡିଗ୍ରି ହାସଲ କରିଛନ୍ତି ।
ଟିପିସିଓଡିଏଲ୍‌ର ସିଇଓ ଭାବେ ନିଯୁକ୍ତ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ମୋତେ ନୂଆ ସିଇଓ ଭାବେ ନିଯୁକ୍ତ କରିଥିବାରୁ ଟିପିସିଓଡିଏଲ୍ ବୋର୍ଡକୁ ମୁଁ ଧନ୍ୟବାଦ ଜଣାଉଛି । ଓଡ଼ିଶା ରାଜ୍ୟ ରାଜଧାନୀ ଓ ତାହାର ଆଖପାଖ ଅଂଚଳର ବିଦ୍ୟୁତ୍ ଚାହିଦାକୁ ଟିପିସିଓଡିଏଲ୍ ପୂରଣ କରୁଛି ଏବଂ କେନ୍ଦ୍ରୀୟ ଓଡ଼ିଶାକୁ ଗୁଣାତ୍ମକ ଓ ପ୍ରଭାବୀ ବିଦ୍ୟୁତ୍ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ମୁଁ ଏହି ନୂଆ ଦାୟିତ୍ୱରେ କାମ କରିବା ଏବଂ ଟିପିସିଓଡିଏଲ୍‌କୁ ଶିଖରରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି ।’’
୨୦୨୩ ମେ’ ୩୧ରେ ବିଦାୟୀ ସିଇଓ ଶ୍ରୀ ଏମ୍ ସେନବାଗମ୍ ନିଜ ପଦରୁ ଅବସର ଗ୍ରହଣ କରିଛନ୍ତି । ୨୦୨୦ରେ ଶୁଭାରମ୍ଭ ହେବା ପରଠାରୁ ସେ ଟିପିସିଓଡିଏଲ୍‌ର ନେତୃତ୍ୱ ନେଉଥିଲେ ଏବଂ ସଂସ୍ଥାର ଅଭିବୃଦ୍ଧି ଓ ସଫଳତା ପ୍ରତି ତାଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି ।
ତାପଜ ଓ ଜଳ ବିଦ୍ୟୁତ ଉତ୍ପାଦନ, ବଂଟନ ଓ ଆନ୍ତର୍ଜାତିକ ବ୍ୟବସାୟ ବିକାଶ ସମେତ ବିଦ୍ୟୁତ କ୍ଷେତ୍ରରେ ତାଙ୍କ ଦୀର୍ଘ ୩୭ ବର୍ଷର ଅଭିଜ୍ଞତା ରହିଛି । କେନ୍ଦ୍ରୀୟ ଓଡ଼ିଶାରେ ଏକ ଭରସାଯୋଗ୍ୟ ଓ ପ୍ରଭାବୀ ବିଦ୍ୟୁତ ବଂଟନ କଂପାନି ଭାବେ ଟିପିସିଓଡିଏଲ୍‌କୁ ଉପସ୍ଥାପନ କରିବାରେ ଶ୍ରୀ ସେନବାଗମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ଶ୍ରୀ ବାଙ୍ଗା କହିଛନ୍ତି ଯେ, “ଟିପିସିଓଡିଏଲ୍ ଶୁଭାରମ୍ଭ ହେବା ପରଠାରୁ ସିଇଓ ଭାବେ ମୂଲ୍ୟବାନ ସେବା ପ୍ରଦାନ କରିଥିବାରୁ ଶ୍ରୀ ଏମ୍ ସେନ୍‌ବାଗମ୍‌ଙ୍କୁ ଆମେ କୃତଜ୍ଞତା ଜଣାଉଛୁ । ୨୦୨୦ରେ ଟିପିସିଓଡିଏଲ୍ ପ୍ରଥମ ଡିସ୍‌କମ୍ ଥିଲା ଯାହାକୁ ଆମେ ଓଡ଼ିଶାରେ ଅଧିଗ୍ରହଣ କରିଥିଲୁ ଏବଂ ସେ ଡିସ୍‌କମ୍‌ର ରୂପାନ୍ତରଣ ଯାତ୍ରାର ନେତୃତ୍ୱ ନେଇଥିଲେ ଯାହା ନେଟ୍‌ୱର୍କରେ ଦୃଢ଼ ଉନ୍ନତି, ପ୍ରଯୁକ୍ତି ସମନ୍ୱୟ ଓ ଗ୍ରାହକ କୈନ୍ଦ୍ରୀକ ସେବା ଏବଂ ଏଟିଆଣ୍ଡ୍‌ସି କ୍ଷତିରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ସହ ଭରସାଯୋଗ୍ୟ ସୂଚୀରେ ଉନ୍ନତି ଆଦିରେ ପ୍ରତିଫଳିତ ହୋଇଥିଲା ।’’
ଟିପିସିଓଡିଏଲ୍‌ର ବିଦାୟୀ ସିଇଓ ଶ୍ରୀ ଏମ୍ ସେନବାଗମ୍ କହିଛନ୍ତି ଯେ, “ଟାଟା ପାୱାରରେ ୩୭ ବର୍ଷ ଓ ବିଶେଷ କରି ଟିପିସିଓଡିଏଲ୍‌ରେ ତିନି ବର୍ଷର ଚମତ୍କାର ଯାତ୍ରା ଥିଲା । ପ୍ରଭାବଶାଳୀ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସହିତ କେନ୍ଦ୍ରୀୟ ଓଡ଼ିଶା ବାସିନ୍ଦାଙ୍କୁ ସେବା ପ୍ରଦାନ କରିବା ଲାଗି ମୋତେ ସୁଯୋଗ ପ୍ରଦାନ କରାଯାଇଥିବାରୁ ଟିପିସିଓଡିଏଲ୍ ବୋର୍ଡ ନିକଟରେ ମୁଁ କୃତଜ୍ଞ । ଶ୍ରୀ ଅରବିନ୍ଦ ସିଂହଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ଏବଂ ମୋର ବିଶ୍ୱାସ ରହିଛି ଯେ ଆଗାମୀ ଦିନରେ ଟିପିସିଓଡିଏଲ୍‌କୁ ସେ ନୂଆ ଶିଖରରେ ପହଂଚାଇବେ ।’’
ଟିିପିସିଓଡିଏଲ୍ ପକ୍ଷରୁ ୨୯,୩୫୪ ବର୍ଗ କିଲୋମିଟରରେ ବ୍ୟାପିଥିବା ବ୍ୟାପକ ବଂଟନ ଅଂଚଳରେ ୨୭.୯୨ ଲକ୍ଷ ଗ୍ରାହକ ସଂଖ୍ୟା ସହିତ ୧.୩୬ କୋଟି ଜନସଂଖ୍ୟାକୁ ସେବା ପ୍ରଦାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

19 + five =