Business

ଟାଟା ଷ୍ଟିଲ୍ ର’ ମ୍ୟାଟେରିଆଲ୍ସ ଡିଭିଜନ୍ ପକ୍ଷରୁ ଡିଜିଏମ୍‌ଏସ୍ ଓ ୟୁନିୟନ୍ ସହ ତ୍ରିପାକ୍ଷିକ ସୁରକ୍ଷା କମିଟି ବୈଠକ

ଯୋଡ଼ା, ୨୬/୦୮/୨୦୨୬: ଟାଟା ଷ୍ଟିଲ୍‌‌ର ର’ ମ୍ୟାଟେରିଆଲ୍ସ ଡିଭିଜନ୍‌, ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌) ଏବଂ ଶ୍ରମିକ ୟୁନିୟନ୍‌‌ର ମିଳିତ ଆନୁକୂଲ୍ୟରେ ରାଞ୍ଚିସ୍ଥିତ ଚାଣକ୍ୟ ବିଏନ୍‌‌ଆର୍ ହୋଟେଲ୍‌‌ରେ ଏକ ତ୍ରିପାକ୍ଷିକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ର’ ମ୍ୟାଟେରିଆଲ୍ସ ଡିଭିଜନ୍‌‌ର ଚାରୋଟି ପ୍ରମୁଖ ବିଭାଗ- ଓଡ଼ିଶାର କେନ୍ଦୁଝର, ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାରେ ଖଣି ଥିବା ଓର ମାଇନ୍ସ ଆଣ୍ଡ୍ କ୍ୱେରୀ (ଓଏମ୍‌‌କ୍ୟୁ) ଡିଭିଜନ୍ ଏବଂ ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ସ ଡିଭିଜନ୍ (ଏଫ୍‌‌ଏଏମ୍‌‌ଡି), ସହିତ ଝାଡ଼ଖଣ୍ଡର ପଶ୍ଚିମ ବୋକାରୋ ଡିଭିଜନ୍ ଓ ଝରିଆ ଡିଭିଜନ୍‌‌ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲେଚନା କରାଯାଇଥିଲା।

ଡିଜିଏମ୍‌ଏସ ମହାନିର୍ଦ୍ଦେଶକ ଶ୍ରୀ ଉଜ୍ଜ୍ୱଳ ତାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡିଜିଏମ୍‌ଏସ୍‌‌ ଉପ-ମହାନିର୍ଦ୍ଦେଶକ (ସେଣ୍ଟ୍ରାଲ ଜୋନ୍‌, ଧାନବାଦ) ଶ୍ରୀ ଆର୍ ଟି ମାଣ୍ଡେକର, ଉପ-ମହାନିର୍ଦ୍ଦେଶକ (ସାଉଥ୍ ଇଷ୍ଟର୍ଣ୍ଣ ଜୋନ୍‌, ରାଞ୍ଚି) ଶ୍ରୀ ଶ୍ୟାମସୁନ୍ଦର ପ୍ରସାଦ, ଝରିଆ ଡିଭିଜନ୍‌‌ର ଜେନେରାଲ ମ୍ୟାନେଜର ନରେନ୍ଦ୍ର କୁମାର ଗୁପ୍ତା, ଏଫ୍‌‌ଏଏମ୍‌‌ଡିର ଏକ୍‌ଜିକ୍ୟୁଟିଭ୍‌-ଇନ୍‌ଚାର୍ଜ ସୁଶାନ୍ତ କୁମାର ମିଶ୍ର, ଓଏମ୍‌‌କ୍ୟୁ ଡିଭିଜନ୍‌‌ର ଜେନେରାଲ ମ୍ୟାନେଜର ଦେବାଶିଷ ଜେନା, ପଶ୍ଚିମ ବୋକାରୋ ଡିଭିଜନ୍‌‌ର ଜେନେରାଲ ମ୍ୟାନେଜର ମୁକେଶ ରଞ୍ଜନ, ସେଫ୍ଟି ଚିଫ୍ (ଭାରତ ଓ ଦକ୍ଷିଣ-ପୂର୍ବ ଏସିଆ) ନିରଜ ସିହ୍ନା ଏବଂ ଟାଟା ଷ୍ଟିଲ ସେଫ୍ଟି ଚିଫ୍ (ର’ ମ୍ୟାଟେରିଆଲ୍ସ) ଆଗମ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

ସୁରକ୍ଷା ସମ୍ବନ୍ଧୀୟ ସୂଚନା ଓ ପ୍ରଦୀପ ପ୍ରଜ୍ୱଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହାପରେ ପୂର୍ବରୁ ଶିଳ୍ପ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବ ବୈଠକଗୁଡ଼ିକର ସୁପାରିସ ଆଧାରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଏବଂ “ଗ୍ରୀନ୍ ମାଇନିଂ’ କ୍ଷେତ୍ରରେ କରାଯାଇଥିବା ନୂତନ ପ୍ରୟାସ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଡିଜିଏମ୍‌ଏସ ମହାନିର୍ଦ୍ଦେଶକ ଶ୍ରୀ ଉଜ୍ଜ୍ୱଳ ତାହ, ଖନନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ପ୍ରଶଂସା କରିଥିଲେ।

ୟୁନିୟନ୍ ପ୍ରତିନିଧି, ଡିଜିଏମ୍‌ଏସ୍ ଅଧିକାରୀ ଏବଂ ଭେଣ୍ଡର ପାର୍ଟନରମାନେ ସୁରକ୍ଷା ସମ୍ବନ୍ଧରେ ନିଜସ୍ୱ ମତ ରଖିଥିଲେ। ସନ୍ଦୀପ କୁମାର ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିବା ବେଳେ ଶ୍ରୀ ତାହ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଟାଟା ଷ୍ଟିଲ୍‌, ଡିଜିଏମ୍‌ଏସ୍‌, ୟୁନିୟନ୍ ପ୍ରତିନିଧି, ଭେଣ୍ଡର ପାର୍ଟନର୍ସ ଓ କମ୍ପାନୀ କାର୍ଯ୍ୟନିର୍ବାହୀଙ୍କ ସମେତ ୧୮୦ ଜଣ ଅଂଶଗ୍ରହଣ କରିଥିଲେ।

କର୍ମକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ତ୍ରିପାକ୍ଷିକ କମିଟି ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାବ୍ୟସ୍ତ ହୋଇଛି। କର୍ମଚାରୀଙ୍କ କଲ୍ୟାଣ ଓ ସୁରକ୍ଷା ପ୍ରତି ଟାଟା ଷ୍ଟିଲ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ।

Share

Leave a Reply

Your email address will not be published. Required fields are marked *

five − three =