ରେସ୍‌ପନ୍‌ସିବଲ୍ ଜୁଏଲାରି କାଉନ୍‌ସିଲ୍ (ଆର୍‌ଜେସି)ରେ ସଦସ୍ୟ ଭାବେ ଯୋଗଦେଲା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ

ଭୁବନେଶ୍ୱର: ପୂର୍ବ ଭାରତର ସର୍ବବୃହତ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଲିମିଟେଡ୍ ରେସ୍‌ପନ୍‌ସିବଲ୍ ଜୁଏଲାରି କାଉନ୍‌ସିଲ୍ (ଆର୍‌ଜେସି)ର ଏକ ସଦସ୍ୟ ଭାବେ ଯୋଗ ଦେଇ ଦୂରଦୃଷ୍ଟି ସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି । ଆରଜେସିକୁ ୨୦୦୫ରେ ସ୍ଥାପନ କରାଯାଇଥିବା ବେଳେ ଏବେ ବିଶ୍ୱସ୍ତରରେ ୭୧ଟି ଦେଶ ଏହାର ସଦସ୍ୟ ରହିଛନ୍ତି । ଗହଣା ଓ ହାତଘଂଟା ଶିଳ୍ପ ପାଇଁ ବିଶ୍ୱସ୍ତରୀୟ ମାନକ ନିର୍ଧାରଣ କରିବାରେ ଆର୍‌ଜେସି କାର୍ଯ୍ୟ କରୁଛି । ଦାୟିତ୍ୱବାନ ଗହଣା ଓ ହାତଘଂଟା ଶଳ୍ପ ପାଇଁ ଏହାର ଆଚରଣ ବିଧି ହେଉଛି ଏକ ବିସ୍ତ୍ୱସ୍ତରୀୟ ମାନକ ଓ ଦାୟିତ୍ୱବାନ ଯୋଗାଣ ଶୃଙ୍ଖଳ ଖଣି ଓ ଧାତବଠାରୁ ଆରମ୍ଭ କରି ସୁନା, ରୁପା, ପ୍ଲାଟିନମ, ହୀରା ଓ ରଙ୍ଗିନ ଜେମ୍‌ଷ୍ଟୋନ୍ ଆଦି ସବୁ କିଛିକୁ ବିଚାରକୁ ନେଉଛି ।

ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଶୁଭଙ୍କର ସେନ୍ କହିଛନ୍ତି ଯେ, “ଉତମ ପରିବେଶ, ସମାଜିକ ଓ ଗଭର୍ଣ୍ଣାସ୍ (ଇଏସ୍‌ଜି) ଅଭ୍ୟାସ, ଦାୟିତ୍ୱବାନ ଅଭିବୃଦ୍ଧି ଓ ଦୀର୍ଘସ୍ଥାୟିତ୍ୱକୁ ସୁନିଶ୍ଚିତ କରିବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଆମେ ପ୍ରତିବଦ୍ଧ ରହିଛୁ । ଆର୍‌ଜେସିରେ ଯୋଗଦେବା ସେହି ଦିଗରେ ଆଉ ଏକ ପଦକ୍ଷେପ ଓ ଭାରତର ପ୍ରଥମ ବୃହତ ଗହଣା ରିଟେଲର ଭାବେ ରେସ୍‌ପନ୍‌ସିବଲ୍ ଜୁଏଲାରି କାଉନ୍‌ସିଲ୍‌ରେ ଯୋଗ ଦେଇଥିବାରୁ ଆମେ ଗର୍ବିତ । ବିଶ୍ୱ ଗହଣା ଶିଳ୍ପରେ ବିଶ୍ୱାସନୀୟତା ବୃଦ୍ଧି କରିବା ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି । ଗହଣା ରିଟେଲିଂରେ ବିଶ୍ୱାସ ହେଉଛି ମୂଳଦୁଆ ଏବଂ ଦୀର୍ଘସ୍ଥାୟୀ ରଣନୀତିକୁ ମୂଳରେ ରଖି ଓ ଆମର ଭବିଷ୍ୟତ ଉଦ୍ୟମ ଅନୁସାରେ ଦାୟିତ୍ୱବାନ ଅଭ୍ୟାସର ଏକ ପରିବେଶ ସୃଷ୍ଟି କରିବା ଲାଗି ଆରଜେସି ସହିତ ସହଯୋଗିତା ଗଠନ କରିବାକୁ ଆମେ ଚାହିରହିଛୁ ।”

ଆରଜେସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମେଲାନି ଗ୍ରାଂଟ୍ କହିଛନ୍ତି ଯେ, “ପାଂଚ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସୃଷ୍ଟି ଜରିଆରେ ଗ୍ରାହକମାନଙ୍କୁ ଉଲ୍ଲସିତ କରୁଛି ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଏବଂ ଜଣେ ସଦସ୍ୟ ଭାବେ ସେମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦଶନ୍ଧିରେ ସେମାନଙ୍କ ସହ ମିଶି କାର୍ଯ୍ୟ କରିବା ଲାଗି ଆର୍‌ଜେସିରେ ଆମେ ବେଶ ରୋମାଂଚିତ । ଆମ ପାଇଁ ଓ ସାରା ଗହଣା ଶିଳ୍ପ ପାଇଁ ଭାରତ ହେଉଛି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବଜାର ଏବଂ ସେଥିପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଆମ ଆର୍‌ଜେସି ପରିବାର ଏକ ଅଂଶ ହେବା ଆମ ଇତିହାସର ଏକ ଗୌରବମୟ ମୁହୂର୍ତ ।”

ଆର୍‌ଜେସିର ଏସିଆନ୍ ଡେଭେଲପ୍‌ମେଂଟ୍ ମୁଖ୍ୟ ଶ୍ରୀ କିଞ୍ଜାଲ ଶାହ କହିଛନ୍ତି ଯେ, “ଆର୍‌ଜେସିରେ ଯୋଗଦେଇଥିବାରୁ ଶ୍ରୀ ଶୁଭଙ୍କର ସେନ୍‌, ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଟିମ୍ ଓ ସ୍ୱର୍ଗତଃ ଶ୍ରୀ ଶଙ୍କର ସେନ୍‌ଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ । ସେନ୍‌କୋ ଗୋଲ୍ଡ ଲିମିଟେଡ୍ ଇଣ୍ଡିଆ ହେଉଛି ଏକ ଦୂରଦୃଷ୍ଟି ସମ୍ପନ୍ନ ରିଟେଲ । ଆର୍‌ଜେସିରେ ଯୋଗଦେବାରେ ସେମାନେ ହେଉଛନ୍ତି ପୂର୍ବ ଭାରତର ପ୍ରଥମ ଓ ସର୍ବବୃହତ ରିଟେଲର ଯାହା ବୃହତ, ମଧ୍ୟମ ଓ କ୍ଷୁଦ୍ର ରିଟେଲରର ନେତୃତ୍ୱ ନେବ । ଏକ ସଦସ୍ୟ ହେବା ଦ୍ୱାରା ଭାରତର ନୂଆ ଓ ଜେଡ୍ ପିଢ଼ି ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି ହୋଇପାରିବ । ସେନ୍‌କୋ ଆଣ୍ଡ୍ ଡାଇମଣ୍ଡ୍‌ସ ଆରଜେସିର ଅଫିସିଆଲ ସଦସ୍ୟ ହେବା ବହୁତ ବଡ଼ ବିିଷୟ ।”

Share

Leave a Reply

Your email address will not be published. Required fields are marked *

six + 2 =