ଜିଓ ଆଣିଲା ନୂଆ ପ୍ରିପେଡ୍ ପ୍ଲାନ, ଜାଣନ୍ତୁ କଣ ରହିଛି ସୁବିଧା

ନିକଟରେ ରିଲାଏନ୍ସ ଜିଓ ଅନ୍ୟ ନେଟୱାର୍କକୁ ଫ୍ରି କଲିଂର ସେବା ବନ୍ଦ କରିବାର ଘୋଷଣା କରିଥିଲା। ଜିଓର ଏହି ଖବର ପରେ ଗ୍ରାହକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରି କଲିଂ ସେବା ବନ୍ଦ ହେବା ପରେ ଗ୍ରାହକଙ୍କ ରାଗ ଶାନ୍ତ କରିବା ପାଇଁ ରିଲାଏନ୍ସ ପୁଣିଥରେ ଧମାକେଦାର ପ୍ଲାନ ଆଣିଛି।

୧୯୮ର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ସହ ୨୮ ଦିନ ପର୍ୟ୍ୟନ୍ତ ଅନଲିମିଟେଡ୍ ଜିଓରୁ ଜିଓକୁ କଲିଂ, ୧୦୦ ଫ୍ରି ଝଗଝ ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମଧ୍ୟ ମିଳିବ। ଏହି ପ୍ଲାନର ଅବଧି ୨୮ ଦିନ ଯାଏଁ ରହିବ। ବ୍ୟତୀତ ଜିଓ ୩୯୮ ଟଙ୍କାର ଆଉ ଏକ ପ୍ରିପେଡ ପ୍ଲାନ ଆଣିଛି। ଏହି ପ୍ଲାନରେ ମଧ୍ୟ ୨ଜିବି ଡାଟା ସହ ୨୮ ଦିନ ପର୍ୟ୍ୟନ୍ତ ଅନଲିମିଟେଡ୍ ଜିଓ ଟୁ ଜିଓ କଲିଂ, ୧୦୦ ଫ୍ରି ଝଗଝ ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମଧ୍ୟ ମିଳିବ। ହେଲେ ଏହି ପ୍ଲାନର ଅବଧି ୭୦ ଦିନ ପର୍ୟ୍ୟନ୍ତ ରହିବ।

ଏହା ବ୍ୟତୀତ ଜିଓ ୪୪୮ ଟଙ୍କାର ଏକ ପ୍ଲାନ ଆଣିଛି। ଏହି ପ୍ଲାନର ଅବଧି ୮୪ ଦିନ ପର୍ୟ୍ୟନ୍ତ ରହିବ। ଏଥିରେ ମଧ୍ୟ ୨ଜିବି ଡାଟା ସହ ୨୮ ଦିନ ପର୍ୟ୍ୟନ୍ତ ଅନଲିମିଟେଡ୍ ଜିଓ ଟୁ ଜିଓ କଲିଂ, ୧୦୦ ଫ୍ରି ଝଗଝ ସହ ଜିଓ ସର୍ଭିସର ଫ୍ରି ଆକ୍ସେସ ମିଳିବ। ଅପରପକ୍ଷରେ ୨୯୯ଟଙ୍କାର ପ୍ଲାନରେ ୨୮ ଦିନ ଅବଧି ସହ ୩ ଜିବି ଡାଟା ମିଳିବ। ଏହା ସହ ଜିଓ ୫୦୯ ଓ ୭୯୯ ଟଙ୍କାରେ ୨ଟି ପ୍ରିପେଡ ପ୍ଲାନ ଆଣିଛି। ୫୦୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ଅବଧି ସହ ୪ଜିବି ଡାଟା ମିଳିବ। ୭୯୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୫ ଜିବି ଡାଟା ମିଳିବ।

Share

Leave a Reply

Your email address will not be published. Required fields are marked *

one × 5 =