କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ

ନୂଆଦିଲ୍ଲୀ()  ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ମଧ୍ୟ ଦେବେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ବିଧାନସଭାର କାର୍ୟ୍ୟକାଳ ଶେଷ ହେଉଥିବାରୁ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର । ଇସ୍ତଫା ଦେବା ପରେ ପ୍ରେସମିଟରେ ମହାରାଷ୍ଟ୍ରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଫଡନଭିସ ।

ଇସ୍ତଫା ଦେବା ପୂର୍ବରୁ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ସରକାର ଗଠନ ପାଇଁ ସହଯୋଗର ହାତ ବଢାଇବା ବଦଳରେ ନିଜ ଜିଦରେ ଅଟଳ ରହିଥିଲା ଶିବସେନା ।

Share

Leave a Reply

Your email address will not be published. Required fields are marked *

15 + 13 =