Business

ଭୁବନେଶ୍ୱର ଭାରତର ଅଗ୍ରଣୀ ଅର୍ଥନୈତିକ ହବ୍ ଭାବେ ଉଭା ହୋଇଛି, ସାରା ରାଜ୍ୟରେ ନୂଆ କର୍ମଚାରୀ ଓ ମହିଳାଙ୍କୁ ସଶକ୍ତ କରୁଛି: ଅପ୍‌ନା ଡଟ୍ କୋ

ଭୁବନେଶ୍ୱର: ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଭୁବନେଶ୍ୱର ଏହାକୁ ଭାରତର ଏକ ପ୍ରମୁଖ ଅର୍ଥନୈତିକ କେନ୍ଦ୍ରରେ ପରିଣତ କରି ଚାକିରି ପାଇବାକୁ ଅଭିଳାଷ ରଖିଥିବା ନୂଆ କର୍ମଚରୀ ଓ ମହିଳାଙ୍କୁ ବିପୁଳ ନିଯୁକ୍ତି ସୁଯୋଗ ପ୍ରଦାନ କରି ସାରା ରାଜ୍ୟକୁ ସମୃଦ୍ଧ କରୁଛି । ଭାରତର ଅଗ୍ରଣୀ ନିଯୁକ୍ତି ଓ ପ୍ରଫେସନାଲ୍ ନେଟ୍‌ୱର୍କିଂ ପ୍ଲାଟଫର୍ମ ଅପ୍‌ନା ଡଟ୍ କୋ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ୨୦୨୩ର ପ୍ରଥମ ଛଅ ମାସରେ ଭୁବନେଶ୍ୱର ୫ ଲକ୍ଷ ନିଯୁକ୍ତି ଆବେଦନର ରେକର୍ଡ ହାସଲ କରିଛି ।
ଏହି ରିପୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶଗ୍ରହଣ । ନିଯୁକ୍ତି ପାଇଁ ଆବେଦନରେ ୧.୬୫ ଲକ୍ଷ ଆବେଦନ ମହିଳାମାନେ କହିଛନ୍ତି ଯାହା ଭୁବନେଶ୍ୱର ନିଯୁକ୍ତି ବଜାରରେ ମହିଳାମାନଙ୍କ ବୃଦ୍ଧି ପାଉଥିବା ଭୂମିକାକୁ ପ୍ରଦର୍ଶିତ କରୁଛି । ମହିଳାଙ୍କ ଅଂଶଗ୍ରହଣରେ ହୋଇଥିବା ବୃଦ୍ଧି କର୍ମକ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ଅନ୍ତର୍ଭୁକ୍ତୀକରଣ ପ୍ରତି ସହରର ଉତ୍ସର୍ଗୀକୃତ ଭାବକୁ ପ୍ରତିଫଳିତ କରୁଛି । ଅପ୍‌ନା ଡଟ୍ କୋ’ର ବ୍ୟବହାରକାରୀ ସଂଖ୍ୟାରେ ପ୍ରଶଂସନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ଏହି ଛଅ ମାସ ଭିତରେ ପ୍ଲାଟଫର୍ମରେ ୨୦,୦୦୦ ନୂଆ ବ୍ୟବହାରକାରୀ ଯୋଗ ଦେଇଛନ୍ତି । ପ୍ରଫେସନାଲମାନଙ୍କ ଭିତରେ ଏଭଳି ଲୋକପ୍ରିୟତା ନିଯୁକ୍ତି ଆଶାୟୀ ଓ ନିଯୁକ୍ତିଦାତାଙ୍କ ଭିତରେ ଅନ୍ତରକୁ ଦୂର କରିବାେରେ ଅପ୍‌ନା ଡଟ୍ କୋର ପ୍ରଭାବକୁ ପ୍ରତିଫଳିତ କରୁଛି ।
ଭୁବନେଶ୍ୱରରେ ସବୁଠୁ ଅଧିକ ଚାହିଦାରେ ଥିବା ନିଯୁକ୍ତି ହେଉଛି ସେଲ୍‌ସ ଆଣ୍ଡ୍ ବିଜନେସ୍ ଡେଭେଲପ୍‌ମେଂଟ୍‌, ଆଡ୍‌ମିନ୍‌/ ବ୍ୟାକ୍ ଅଫିସ୍ ଏବଂ ଡେଲିଭରି, ଡ୍ରାଇଭର, ଲଜିଷ୍ଟିକ୍ସ ଯାହା ଏହି କ୍ଷେତ୍ରଗୁଡ଼ିକରେ ସଫଳ ସୁଯୋଗକୁ ପ୍ରତିଫଳିତ କରୁଛି ।
ଏହି ଅବସରରେ ଅପ୍‌ନା ଡଟ୍ କୋର ପ୍ରତିଷ୍ଠାତା ଓ ସିଇଓ ନିର୍‌ମିତ୍ ପାରିଖ ସହରର ନିଯୁକ୍ତି ସୁଯୋଗରେ ହୋଇଥିବା ଉଲ୍ଲେଖନୀୟ ବୃଦ୍ଧିକୁ ନେଇ ଖୁସି ଜାହିର କରିବା ସହ କହିଛନ୍ତି ଯେ, “ନିଯୁକ୍ତି ଆବେଦନରେ ହୋଇଥିବା ଉଲ୍ଲେଖନୀୟ ବୃଦ୍ଧି ଭୁବନେଶ୍ୱରର ନିଯୁକ୍ତି ବଜାରର ଦୃଢ଼ତାକୁ ଜଣାଉଛି । ଅଧିକ ନିଯୁକ୍ତି ଆଶାୟୀ ପ୍ରତ୍ୟକ୍ଷ ନିଯୁକ୍ତି ଚାହୁଥିବା ବେଳେ ନୂଆ ବ୍ୟବସାୟକୁ ଆକୃଷ୍ଟ କରି ନିଯୁକ୍ତି କ୍ଷେତ୍ର ଆଗକୁ ବଢ଼ୁଛି, ଫଳରେ ଉଭୟ ନିଯୁକ୍ତି ଆଶାୟୀ ଓ ନିଯୁକ୍ତିଦାତାଙ୍କ ପାଇଁ ନୂଆ ସୁଯୋଗ ଦୃଢ଼ ହେଉଛି । ସୁଯୋଗ ସହିତ ପ୍ରଫେସନାଲମାନଙ୍କୁ ଯୋଡ଼ିବା ଏବଂ ସହରର ସାମଗ୍ରିକ ପ୍ରଗତି ପ୍ରତି ଯୋଗଦାନ ପ୍ରଦାନ କରିବାରେ ଆମ ମିସନକୁ ନେଇ ଆମେ ପ୍ରତିବଦ୍ଧ ରହିଛୁ ।’’
ପୂର୍ବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବେ ଭୁବନେଶ୍ୱରର ଉପସ୍ଥିତି ଏଠାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ୨୦୨୩ର ପ୍ରଥମ ଛଅ ମାସରେ ଏହି ଅପ୍‌ନା ଡଟ୍ କୋ ପ୍ଲାଟଫର୍ମରେ ୧୦,୦୦୦ରୁ ଅଧିକ ନିଯୁକ୍ତି ପୋଷ୍ଟ୍ କରାଯାଇଛି । ଏହି ସମୟରେ ୩୦୦୦ ନିଯୁକ୍ତିଦାତା ପ୍ଲାଟଫର୍ମରେ ଯୋଡ଼ିହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + 11 =