ଶିକ୍ଷା

ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଅମନ ମାହେଶ୍ୱରୀଙ୍କୁ ବୋର୍ଡରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି

ଭୁବନେଶ୍ୱର: ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ନିର୍ଦ୍ଦେଶକ ବୋର୍ଡରେ ଅମନ ମାହେଶ୍ୱରୀଙ୍କୁ ନିର୍ଦ୍ଦେଶକ ଭାବେ ସାମିଲ କରାଯାଇଛି। ଏହି ନିଯୁକ୍ତି ସହ ଆଲେନ୍ ପକ୍ଷରୁ ସମସ୍ତ ଚାରି ପ୍ରତିଷ୍ଠାତା ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ବୋର୍ଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ବୋର୍ଡରେ ପରବର୍ତ୍ତୀ ପିଢ଼ିର ନିର୍ଦ୍ଦେଶକ ଅବିରଳ ମାହେଶ୍ୱରୀ, ଆନନ୍ଦ ମାହେଶ୍ୱରୀ ଓ କେଶବ ମାହେଶ୍ୱରୀ ସାମିଲ ହୋଇଥିଲେ। ଅମନ ଭାରତ, ୟୁଏଇ, ବ୍ରିଟେନ ଓ ୟୁରୋପରେ ଶିକ୍ଷା ଗ୍ରହଣ କରିଥିବାରୁ ସେ ଆଲେନ୍‌ର ଗ୍ଲୋବାଲ୍ ଷ୍ଟଡି ଡିଭିଜନକୁ ନୂଆ ଦିଗ ଦେଇପାରିବେ।
ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ଶ୍ରୀ ରାଜେଶ ମାହେଶ୍ୱରୀ କହିଛନ୍ତି ଯେ, “ବୋର୍ଡରେ ଅମନ ଯୋଗଦେବା ସହିତ ଆଲେନର ଯାତ୍ରାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସମ୍ପୂର୍ଣ୍ଣ କରିଛୁ। ଆମର ଚାରି ପରବର୍ତ୍ତୀ ପିଢ଼ିର ନିର୍ଦ୍ଦେଶକଙ୍କ ସ୍ୱତନ୍ତ୍ର ଦୃଢ଼ତା ରହିଛି ଏବଂ ଆଲେନର ଅନ୍ତର୍ଜାତୀୟ ଶିକ୍ଷା ଶାଖାକୁ ଗଠନ କରିବାରେ ଅମନଙ୍କ ଅଭିଜ୍ଞତା ବୋର୍ଡକୁ ମୂଲ୍ୟବାନ ଦୃଷ୍ଟିକୋଣ ପ୍ରଦାନ କରିବ। ମୋର ବିଶ୍ୱାସ ରହିଛି ଯେ, ଏହି ସାମଗ୍ରିକ ନେତୃତ୍ୱ ଆଗାମୀ ପିଢ଼ି ପାଇଁ ଆଲେନ୍‌ର ମିସନକୁ ଆଗକୁ ବଢ଼ାଇବ।”
ନିଜ ଜ୍ୟେଷ୍ଠ ପୁତ୍ର ଅମନ ମାହେଶ୍ୱରୀଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ବୋର୍ଡକୁ ସ୍ୱାଗତ କରି, ଆଲେନ୍‌ର ପ୍ରତିଷ୍ଠାତା ଡକ୍ଟର ବ୍ରଜେଶ ମାହେଶ୍ୱରୀ କହିଛନ୍ତି ଯେ, “ଜ୍ୟେଷ୍ଠ ପୁତ୍ର ଶ୍ରୀ ଅମନ ମାହେଶ୍ୱରୀ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଥିବାର ଦେଖି ମୁଁ ଆନନ୍ଦିତ। ବିଗତ ବର୍ଷଗୁଡ଼ିକରେ ସେ ଆଲେନ୍‌‌ର ସ୍ୱଦେଶୀ ଓ ବିଦେଶୀ ଶିକ୍ଷାଗତ ପଦକ୍ଷେପଗୁଡ଼ିକୁ ଗଢ଼ିବା ଓ ସୁଦୃଢ଼ କରିବାରେ ତଥା ସେଗୁଡ଼ିକୁ ନୂତନ ଉଚ୍ଚତାକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମୁଁ ନିଶ୍ଚିତ ଯେ, ବୋର୍ଡରେ ତାଙ୍କର ଏହି ନୂତନ ଭୂମିକାରେ ସେ ଆଲେନ୍‌‌କୁ ବିକାଶ ଓ ଶ୍ରେଷ୍ଠତାର ନୂତନ ମାଇଲଖୁଂଟ ଆଡ଼କୁ ନେଇଯିବା ସହିତ ସମାନ ନିଷ୍ଠା, ପ୍ରତିବଦ୍ଧତା ଓ ଦୂରଦୃଷ୍ଟି ପ୍ରଦର୍ଶନ କରିବା ଜାରି ରଖିବେ। ପ୍ରତିଷ୍ଠାତା ଭାବରେ ଆମର ପ୍ରୟାସ ସଦାସର୍ବଦା ଏପରି ଏକ ଅନୁଷ୍ଠାନ ଗଠନ କରିବା ଯାହା ଆମ ନିଜଠାରୁ ବଡ଼ ଏବଂ ଆଗାମୀ ପିଢ଼ି ପାଇଁ ଏକ ଶକ୍ତ ଉତ୍ତରାଧିକାର ସୃଷ୍ଟି କରିବ। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂମିକାକୁ ଅମନଙ୍କର ଏହି ପରିବର୍ତ୍ତନ ଏହି ବୃହତର ଦୂରଦୃଷ୍ଟିକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଓ ଅର୍ଥପୂର୍ଣ୍ଣ ପଦକ୍ଷେପ।”
ନିଜ ନିଯୁକ୍ତି ସମ୍ପର୍କରେ ଶ୍ରୀ ଅମନ ମାହେଶ୍ୱରୀ କହିଛନ୍ତି ଯେ, “ଆଲେନ୍‌‌ର ଏହି ଗୁରୁତ୍ୱପୂର୍ଣ୍ଣ ଯାତ୍ରାରେ ଏହାର ବୋର୍ଡରେ ଯୋଗଦେଇ ମୁଁ ସମ୍ମାନିତ ମନେ କରୁଛି। ଅନୁଷ୍ଠାନ ସହିତ ବଢ଼ିବା ଓ ବର୍ଷ ବର୍ଷ ଧରି ଏହାର ବିଶ୍ୱସ୍ତରୀୟ ଶିକ୍ଷାଗତ ପଦକ୍ଷେପଗୁଡ଼ିକର ନିର୍ମାଣ ଓ ପ୍ରସାରରେ ଯୋଗଦାନ ଦେଇଥିବାରୁ ଆଲେନ୍‌‌କୁ ପ୍ରତିଷ୍ଠିତ କରୁଥିବା ମୂଲ୍ୟବୋଧ ଓ ଆଗକୁ ଥିବା ସମ୍ଭାବନାଗୁଡ଼ିକୁ ବୁଝିବାର ସୁଯୋଗ ମୋତେ ମିଳିଛି। ମୁଁ ମୋର ଅନୁଭୂତି ଓ ଦୃଷ୍ଟିକୋଣକୁ ବୋର୍ଡକୁ ଆଣିବା, ମୋର ସହକାରୀ ନିର୍ଦ୍ଦେଶକ ଓ ନେତୃତ୍ୱ ଟିମ୍ ସହିତ ମିଶି ଆଲେନ୍‌‌ର ମୂଳକୁ ସୁଦୃଢ଼ କରିବା, ନବସୃଜନକୁ ତ୍ୱରାନ୍ୱିତ କରିବା, ଆମର ବିଶ୍ୱସ୍ତରୀୟ ଉପସ୍ଥିତିକୁ ପ୍ରସାରିତ କରିବା ଓ ଆଲେନ୍‌‌କୁ ଭାରତର ଅନ୍ୟତମ ବିଶ୍ୱସନୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିଥିବା ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଆଶା ରଖିଛି।”
ଆଲେନ୍‌ର ନିର୍ଦ୍ଦେଶକ ଶ୍ରୀ ଉଦୟ ଶଙ୍କର କହିଛନ୍ତି ଯେ, “ଅମନଙ୍କ ନିଯୁକ୍ତି ସହିତ ଆଲେନ୍‌‌ର ବୋର୍ଡ ଏବେ ପ୍ରକୃତରେ ଅନୁଷ୍ଠାନର ପରବର୍ତ୍ତୀ ଅଧ୍ୟାୟକୁ ପ୍ରତିଫଳିତ କରୁଛି, ଯାହା ପ୍ରତିଷ୍ଠାତାମାନଙ୍କର ପ୍ରଜ୍ଞା, ବୃତିଗତ ପରିଚାଳନାର ଶୃଙ୍ଖଳା ଓ ପରବର୍ତ୍ତୀ ପିଢ଼ିର ନୂତନ ଶକ୍ତିକୁ ଏକତ୍ରୀତ କରିବ। ଏହା ଆଗାମୀ ଦଶନ୍ଧି ଧରି ଆଲେନ୍‌‌ର ଶ୍ରେଷ୍ଠତାକୁ ବଜାୟ ରଖିବା ପାଇଁ ଗଠିତ ଏକ ଶାସନ ଢ଼ାଂଚାକୁ ପୂର୍ଣ୍ଣାଙ୍ଗ କରିବ।”
ଆଲେନର ସିଇଓ ଶ୍ରୀ ନିତିନ କୁକରେଜା କହିଛନ୍ତି ଯେ, “ବୋର୍ଡରେ ଅମନଙ୍କ ନିଯୁକ୍ତି ହେଉଛି ଆମର ଗ୍ଲୋବାଲ୍ ଷ୍ଟଡିଜ୍ ଡିଭିଜନର ନେତୃତ୍ୱ ନେଇ ବର୍ଷ ବର୍ଷ ଧରି ସେ ଅର୍ଜନ କରିଥିବା ବିଶ୍ୱାସର ଏକ ସ୍ୱାଭାବିକ ପ୍ରଗତି। ନେତୃତ୍ୱ ଟିମ୍ ଭାବରେ ଆମେ ଆଲେନ୍‌‌ର ଶତବାର୍ଷିକ ଦୂରଦୃଷ୍ଟି ଆଡ଼କୁ କାର୍ଯ୍ୟ କରୁଥିବା ବେଳେ ତାଙ୍କର କ୍ରମାଗତ ମାର୍ଗଦର୍ଶନକୁ ଅପେକ୍ଷା କରିଛୁ।”
ଏହି ନିଯୁକ୍ତି ସହିତ ଆଲେନ୍‌‌ର ପୁନର୍ଗଠିତ ନିର୍ଦ୍ଦେଶକ ମଣ୍ଡଳୀରେ ଅଧ୍ୟକ୍ଷ ଭାବରେ ଶ୍ରୀ ଉଦୟ ଶଙ୍କରଙ୍କ ସହ ଶ୍ରୀ ଅବିରଳ ମାହେଶ୍ୱରୀ, ଶ୍ରୀ ଅମନ ମାହେଶ୍ୱରୀ, ଶ୍ରୀ ଆନନ୍ଦ ମାହେଶ୍ୱରୀ, ଶ୍ରୀ କେଶବ ମାହେଶ୍ୱରୀ ଏବଂ ଶ୍ରୀ ପ୍ରତୀକ ଗାର୍ଗ ସାମିଲ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

6 + eighteen =