Business

ଗୋଦରେଜ ଡିଇଆଇ ଲ୍ୟାବ ପକ୍ଷରୁ ‘ଇଣ୍ଡିଆ ଇନକ୍ଲୁଡେଡ ଅନ କ୍ୟାମ୍ପସ’ର ଦ୍ୱିତୀୟ ସଂସ୍କରଣ ପାଇଁ ଭାତର ଅଗ୍ରଣୀ ବି-ସ୍କୁଲମାନଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର: ଗୋଦରେଜ ଇଣ୍ଡଷ୍ଟ୍ରିଜ ଗ୍ରୁପର ବିବିଧତା, ସମାନତା ଓ ଅନ୍ତର୍ଭୁକ୍ତୀକରଣ ଶାଖା ଗୋଦରେଜ ଡିଇଆଇ ଲ୍ୟାବ ପକ୍ଷରୁ ସ୍ୱତନ୍ତ୍ର କେସ ଷ୍ଟଡି ପ୍ରତିଯୋଗିତା ‘ଇଣ୍ଡିଆ ଇନକ୍ଲୁଡେଡ ଅନ କ୍ୟାମ୍ପସ’ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାକୁ ଇଣ୍ଡିଆନ ସ୍କୁଲ ଅଫ ବିଜନେସ ଓ ଆଇଆଇଟି ବମ୍ବେ ସମେତ ଆଠଟି ମ୍ୟାନେଜମେଂଟ ଅନୁଷ୍ଠାନକୁ ସମ୍ପ୍ରସାରଣ କରାଯାଇଛି। ୨୦୨୬ ଅଗଷ୍ଟ ୨୬ରେ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ (ଏକ୍ସଆଇଏମ) ଭୁବନେଶ୍ୱରକୁ ଏହି ପ୍ରତିଯୋଗିତା ଆସିଥିଲା। ଚଳିତ ବର୍ଷ କେସ ଷ୍ଟଡିରେ ମହିଳାମାନେ କିଭଳି ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିପାରିବେ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି।ବିବାହ, ମାତୃତ୍ୱ କିମ୍ବା ଯତ୍ନ ନେବା ପାଇଁ କ୍ୟାରିୟରରୁ ବିରତି ନେଇଥିବା ମହିଳାମାନେ ଯେଭଳି କର୍ମକ୍ଷେତ୍ରକୁ ଫେରିପାରିବେ, ସେଥିପାଇଁ ବାସ୍ତବ ସମାଧାନ ବିକାଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆମନ୍ତ୍ରଣ କରାଯାଇଛି।
ନିକଟରେ କରାଯାଇଥିବା ଅଧ୍ୟୟନ ‘ଦି ମିସିଂ ହାଫ (୨୦୨୬) ଅନୁଯାୟୀ ଭାରତରେ ୭୪ ପ୍ରତିଶତ ଶିକ୍ଷିତ ମହିଳା କ୍ୟାରିୟରର ଯେକୌଣସି ସମୟରେ ବିରତି ନେଉଛନ୍ତି। କିନ୍ତୁ ସେହି ଅଭିଜ୍ଞ ମହିଳାମାନେ ପୁଣି କର୍ମକ୍ଷେତ୍ରକୁ ଫେରିବାର ଢ଼ାଂଚାଗତ ପଥ ସୀମିତ ରହିଯାଇଛି। ସେମାନଙ୍କ ଫେରିବା ସଂସ୍ଥାଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି କେସ ଷ୍ଟଡି ପ୍ରତିଯୋଗିତାରେ ସେହିଭଳି ମହିଳାମାନେ କିଭଳି କର୍ମକ୍ଷେତ୍ରକୁ ଫେରିପାରିବେ ସେଥିପାଇଁ ସମାଧାନ ବିକାଶ କରିବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଛି।
ଗୋଦରେଜ ଡିଇଆଇ ଲ୍ୟାବର ମୁଖ୍ୟ ତଥା କ୍ୱିରସ୍ତାନର ଲେଖକ ପର୍ମେଶ ସାହାଣୀ କହିଛନ୍ତି ଯେ, “କ୍ୟାରିୟର ଯେତେବେଳେ ଭିନ୍ନ ଦିଗରେ ଗତି କରେ ତାହାର ସମାଧାନ ନ କରି ଆମେ କର୍ମକ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବିଷୟରେ ଆଲୋଚନା କରିପାରିବା ନାହିଁ। ମାତୃତ୍ୱ ହେଉ କିମ୍ବା ଯତ୍ନନେବାର ଦାୟିତ୍ୱ କିମ୍ବା ଅନ୍ୟାନ୍ୟ ଜୀବନ ଘଟଣାବଳୀ ପାଇଁ କ୍ୟାରିୟରରୁ ବିରତି ନେବା ଅର୍ଥପୂର୍ଣ୍ଣ ନିଯୁକ୍ତିରେ ପ୍ରତିବନ୍ଧକ ହେବା ଅନୁଚିତ। ଅଶୋକା ବିଶ୍ୱବିଦ୍ୟାଳୟରେ ସିଇଡିଏ ସହିତ ଆମର ଗବେଷଣା ସହଯୋଗିତା ଭଳି ଅଭିଯାନ ଜରିଆରେ ମହିଳାମାନଙ୍କୁ ପୁନର୍ବାର କର୍ମକ୍ଷେତ୍ରରେ ପ୍ରବେଶ କରିବା ପାଇଁ ଭଲ ଭାବେ ସହଯୋଗ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଗୋଦରେଜ ଇଣ୍ଡଷ୍ଟ୍ରିଜରେ ଆମେ ଗୁରୁତ୍ୱାରୋପ କରୁଛୁ ଏବଂ ବିଶ୍ୱାସ ଓ ଉଦ୍ଦେଶ୍ୟର ସହ ମହିଳାମାନେ ଯେଭଳି ଫେରିପାରିବେ ତାହାର ପଥକୁ ବ୍ୟାପକ କରିବାକୁ ଉଦ୍ୟମ କରୁଛୁ। ସେହି ଯାତ୍ରାରେ ‘ଇଣ୍ଡିଆ ଇନକ୍ଲୁଡେଡ ଅନ କ୍ୟାମ୍ପସ’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଯୁବ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ କର୍ମକ୍ଷେତ୍ର ଆହ୍ୱାନ ସହ ଯୋଡ଼ିହେବା, ନୂତନ ଦୃଷ୍ଟିକୋଣ ପ୍ରଦାନ କରିବା ଏବଂ ଭବିଷ୍ୟତ ପାଇଁ ଏକ ଅଧିକ ଅନ୍ତର୍ଭୁକ୍ତୀକରଣ କର୍ମକ୍ଷେତ୍ର ଗଢ଼ିବାରେ ସହାୟକ ହେବ।’’
୨୦୨୫ରେ ଶୁଭାରମ୍ଭ ହୋଇଥିବା ‘ଇଣ୍ଡିଆ ଇନକ୍ଲୁଡେଡ ଅନ କ୍ୟାମ୍ପସ’ର ପ୍ରଥମ ସିଜନରେ ଆଇଆଇଏମ ତ୍ରିଚି, ଆଇଆଇଏମ ଲକ୍ଷ୍ନୌ, ଆଇଆଇଏମ ମୁମ୍ବାଇ ଓ ଏସଆଇବିଏମ, ପୁଣେର ଛାତ୍ରଛାତ୍ରୀମାନେ ସାମିଲ ହୋଇ କର୍ମକ୍ଷେତ୍ରରେ ମହିଳାଙ୍କ ସାମିଲ ଓ ଚାକିରି ଛାଡ଼ିବା ଉପରେ କାମ କରିଥିଲେ। ପ୍ରାରମ୍ଭିକ ସଂସ୍କରଣର ସଫଳତାକୁ ଆଧାର କରି ଦ୍ୱିତୀୟ ସଂସ୍କରଣରେ ଏହି ଅଭିଯାନରେ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କୁ ସାମିଲ କରି ସଂସ୍ଥାଗୁଡ଼ିକ କିଭଳି ମହିଳାଙ୍କ ପାଇଁ କ୍ୟାରିୟର ଜାରି ରଖିବା ଉପରେ ଚିନ୍ତା କରିପାରିବେ ସେହି ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିବାକୁ କୁହାଯାଉଛି।
ବିଜେତା ଟିମକୁ ୧,୦୦,୦୦୦ ଟଙ୍କାର ନଗଦ ପୁରସ୍କାର ଦିଆଯିବ ଓ ବିଜେତାମାନେ ଗୋଦରେଜର ବରିଷ୍ଠ ଅଧିକାରୀଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇପାରିବେ।

Share

Leave a Reply

Your email address will not be published. Required fields are marked *

3 × three =