Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ତୀରନ୍ଦାଜ କେନ୍ଦ୍ର ‌ସ୍ଥାପନ ପାଇଁ ଏସଏସଏଆଇଟି ସହ ସହଯୋଗିତା

ଭୁବନେଶ୍ବର: ଭାରତର ଅଲିମ୍ପିକ ଆକାଂକ୍ଷାକୁ ସୁଦୃଢ କରିବା ଦିଗରେ ଏକ ମହତ୍ତ୍ଵପୂର୍ଣ ପଦକ୍ଷେପ ସ୍ବରୂପ ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ପୂର୍ବ ଉତ୍ତରପ୍ରଦେଶର କାନହୁଲିରେ ଆକ୍ସିସ ବ୍ୟାଙ୍କ ସଂଜୀବା ସିଂହ ଅଲିମ୍ପିକ ତୀରନ୍ଦାଜ କେନ୍ଦ୍ର ସ୍ଥାପନ କରିବାକୁ ସଂଜୀବା ସିଂହ ଆର୍ଚେରି ଇନଷ୍ଟିଚ୍ୟୁଟ ଟ୍ରଷ୍ଟ (ଏସଏସଏଆଇଟି) ସହିତ ସହଯୋଗିତା ସ୍ଥାପନ କରାଯାଇଛି।
ଗ୍ରାମୀଣ ଭାରତରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ସମନ୍ବିତ ଅଲିମ୍ପିକ ମାନର ତୀରନ୍ଦାଜ କେନ୍ଦ୍ର ଭାବେ ଏହାକୁ ପରିକଳ୍ପନା କରାଯାଇଛି ‌ଯାହା ତୃଣମୂଳ ସ୍ତରରେ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଶ୍ବସ୍ତରୀୟ ଭିତ୍ତିଭୂମି, କ୍ରୀଡ଼ା ବିଜ୍ଞାନ, ଆସାବିକ ସୁବିଧା ଏବଂ ଶିକ୍ଷା ଆଦି ଗୋଟିଏ ପରିସର ମଧ୍ୟରେ ପ୍ରଦାନ କରି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ। ଆକ୍ସିସ ବ୍ୟାଙ୍କ ସମର୍ଥନରେ ତିନି ବର୍ଷରେ ଏହି କେନ୍ଦ୍ର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଭାରତର ତୀରନ୍ଦାଜ ସଫଳତା କାହାଣୀ ଗ୍ରାମାଂଚଳ ଓ ଆଦିବାସୀ ଅଂଚଳରୁ ଆସୁଥିଲେ ମଧ୍ୟ ଉଚ୍ଚ ପ୍ରଦର୍ଶନକାରୀ ତାଲିମ ଭିତ୍ତିଭୂମି କେତେକ ନିର୍ଦ୍ଦିଷ୍ଟ ଅଂଚଳରେ ସୀମିତ ରହିଛି। ଅର୍ଜୁନ ଓ ଦ୍ରୋଣାଚାର‌୍ୟ୍ୟ ପୁରସ୍କାର ବିଜେତା ଅଲିମ୍ପିଆନ ସଂଜୀବା ସିଂହଙ୍କ ନେତୃତ୍ବରେ ପରିଚାଳିତ ଏହି କେନ୍ଦ୍ର ପୂର୍ବ ଉତ୍ତରପ୍ରଦେଶରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଜରିଆରେ ସେହି ଅଭାବ ଦୂର କରିବାକୁ ଲକ୍ଷ୍ୟ ରଖିଛି। ଏହି କେନ୍ଦ୍ରରେ ଇନଡୋର ଓ ଆଉଟଡୋର ତିରନ୍ଦାଜ ରେଂଜ, ପ୍ରତି‌ଯୋଗିତା ମାନର ଭିତ୍ତିଭୂମି, ଟୁର୍ଣ୍ଣାମେଂଟ ଭଳି ସ୍ଥିତି‌ରେ ତାଲିମ ଓ କ୍ରୀଡ଼ାବିତ ଅନୁକୂଳ ସୁବିଧା ରହିବ। ଏଥ‌ିରେ ଏକ ଉତ୍ସଗୀକୃତ କଂଟ୍ରୋଲ ରୁମ୍, ଜଳବାୟୁ ନିୟନ୍ତ୍ରିତ ତାଲିମ ସ୍ଥଳ ଓ ସମନ୍ବିତ ନିରୀକ୍ଷଣ ବ୍ୟବସ୍ଥା ରହିବ।
ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଗ୍ରୁପ ମୁଖ୍ୟ-ହୋଲସେଲ ବ୍ୟାଙ୍କ କଭରେଜ, କର୍ପୋରେଟ ସାଲାରି, ସଷ୍ଟେନେବିଲିଟି ଓ ସିଏସଆର ବିଜୟ ମୁଲବାଗଲ କହିଛନ୍ତି ଯେ, ‘ବିଶ୍ବସ୍ତରୀୟ ଭିତ୍ତିଭୂମି ମିଳିଲେ କ୍ରୀଡ଼ା ସମ୍ଭାବନା କ୍ରୀଡ଼ା ଉତ୍କର୍ଷରେ ରୂପାନ୍ତରୀତ ହୋଇପାରିବ। ଆକ୍ସିସ ବ୍ୟାଙ୍କ ସଂଜୀବା ସିଂହ ଅଲିମ୍ପିକ ଆର୍ଚେରି ସେଂଟର ଜରିଆରେ ଆମେ ଏକ ପ୍ରଥମ ଧରଣର ପରିସଂସ୍ଥା ଗଠନ କରିବାରେ ସାହାଯ୍ୟ କରୁଛୁ ଯାହା ବିଶ୍ବସ୍ତରୀୟ ସୁବିଧା, କ୍ରୀଡ଼ା ବିଜ୍ଞାନ, ଶିକ୍ଷା ଓ ଆବାସିକ ତାଲିମକୁ ଗୋଟିଏ ପରିସର ମଧ୍ୟରେ ପ୍ରଦାନ କରିବ। ଆମର ଲକ୍ଷ୍ୟ କେବଳ ଏକ ତାଲିମ କେନ୍ଦ୍ର ତିଆରି କରିବା ନୁହେଁ, ବରଂ ଏକ ପ୍ଲାଟଫର୍ମ ଗଠନ କରିବାରେ ସହଯୋଗ କରିବା,ଯାହା ଗ୍ରାମୀଣ ଭାରତର ଯୁବ କ୍ରାଡ଼ାବିତମାନଙ୍କୁ ବିଶ୍ବ କ୍ରୀଡ଼ାର ଉଚ୍ଚତମ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଚିହ୍ନଟ, ସମୃଦ୍ଧ ଓ ପ୍ରସ୍ତୁତ କରିବ।’’
ଏସଏସଏଆଇଟିର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଟ୍ରଷ୍ଟି ସଂଜୀବା ସିଂହ କହିଛନ୍ତି ଯେ, ‘ଆମେ ଯାହାକୁ ଧରି ରଖୁ ତାହା ନୁହେଁ, ବରଂ ଯାହା ପ୍ରଦାନ କରୁ ତାହା ହେଉଛି ପରମ୍ପରା। ଜଣେ କ୍ରୀଡ଼ାବିତ ଓ ପରେ ଜଣେ ପ୍ରଶିକ୍ଷକ ଭାବେ ମୁଁ ସବୁବେଳେ ଏକ ସମ୍ପୂର୍ଣ୍ଣ ସମନ୍ବିତ ବ୍ୟବସ୍ଥାର ଅଭାବ ଅନୁଭବ କରିଛି ଯେଉଁଠାରେ ଗୋଟିଏ ଛାତ ତଳେ କ୍ରୀଡ଼ାବିତମା‌ନେ ତାଲିମ ନେବା, ପାଠପଢ଼ିବା ଓ ଆବାସିକ ତାଲିମ ହାସଲ କରିପାରିବେ। ଆମ ସହଯୋଗୀ ଆକ୍ସିସ ବ୍ୟାଙ୍କ ଏବଂ ଆମ ଫାଉଣ୍ଡେସନ ସହଯୋଗୀ ଏସବିଆଇ ଫାଉଣ୍ଡେସନ, ଇଣ୍ଡିଆନ ଅଏଲ, ଓଏନଜିସି ଓ ଆଶା ଆଣ୍ଡ ସଜ୍ଜନ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ଏବେ ତାହା ବାସ୍ତବତାରେ ପରିଣତ ହେବାକୁ ଯାଉଛି। ମୁଁ ମୋ ଖେଳ ଓ ପ୍ରଶିକ୍ଷଣ ବର୍ଷଗୁଡ଼ିକରେ ଯେଉଁ ଅଭାବ ଅନୁଭବ କରୁଥିଲି, ଅଲିମ୍ପିକ ପାଇଁ ସ୍ବପ୍ନ ଦେଖୁଥିବା କୌଣସି ଭାରତୀୟ ତୀରନ୍ଦାଜ ସେଭଳି ସ୍ଥିତି ସାମ୍ନା ନ କରୁନ୍ତୁ, ତାହାକୁ ଆମେ ନିଶ୍ଚିତ କରିବାକୁ ପ୍ରୟାସ କରୁଛୁ।’’

Share

Leave a Reply

Your email address will not be published. Required fields are marked *

18 + 3 =