Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସ୍ପ୍ଲାସ୍ ୨୦୨୫ର ବିଜେତା ଘୋଷଣା

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଆୟୋଜନ କରାଯାଉଥିବା ସର୍ବଭାରତୀୟ କଳା, କଳାକୃତି ଓ ସାହିତ୍ୟ ପ୍ରତିଯୋଗିତାର ତ୍ରୟୋଦଶ ସଂସ୍କରଣ ସ୍ପ୍ଲାସ୍ ୨୦୨୫ର ବିଜେତା ଘୋଷଣା କରାଯାଇଛି । ବ୍ରାଣ୍ଡ୍ ର ଦର୍ଶନ “ଦିଲ୍ ସେ ଓପନ” ସହ ଯୋଡ଼ି ହୋଇଥିବା ଏହି ପ୍ରତିଯୋଗିତା ସାରା ଦେଶର ପିଲାମାନଙ୍କୁ ସେମାନଙ୍କ ସୃଜନଶୀଳତା ଓ ପରିକଳ୍ପନା ପ୍ରକାଶ କରିବାର ଏକ ମଂଚ ପ୍ରଦାନ କରୁଛି ।
ସ୍ପ୍ଲାସ୍ର ଚଳିତ ବର୍ଷ ସଂସ୍କରଣକୁ ଉଲ୍ଲେଖନୀୟ ପ୍ରତିକ୍ରିୟା ମିଳିଥିଲା । ଏଥିରେ ସାରା ଭାରତରୁ ୭ ଲକ୍ଷରୁ ଅଧିକ ଆବେଦନ ପହଂଚିଥିଲା । ଏହି ଅଭିଯାନ ୧୯୦୦ରୁ ଅଧିକ ବିଦ୍ୟାଳୟରେ ପହଂଚିଥିଲା ଓ ୫୫୦୦ରୁ ଅଧିକ ଆକ୍ସିସ୍ ବ୍ୟାଙ୍କ ଶାଖା ଜରିଆରେ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ସର୍ବଭାରତୀୟ ସ୍ତରରେ ଏହାର ତୃଣମୂଳ ଉପସ୍ଥିତିକୁ ଦର୍ଶାଉଛି ।
ଏହି ପ୍ରତିଯୋଗିତାର ଛଅ ଜଣ ବିଜେତା ଓ ଛଅ ଜଣ ଉପବିଜେତା ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ଓ ୫୦ ହଜାର ଟଙ୍କା ଲେଖାଏଁ ପାଇବେ । ବିଜୟୀ କଳାକୃତିଗୁଡ଼ିକୁ ବେଙ୍ଗାଲୁରୁର ମୁ୍ୟଜିୟମ ଅଫ୍ ଆର୍ଟ ଆଣ୍ଡ୍ ଫଟୋଗ୍ରାଫି (ଏମଏପି)ରେ ପ୍ରଦର୍ଶିତ କରାଯିବ ଏବଂ ୪୦୦ ଶ୍ରେଷ୍ଠ ଯୋଗ୍ୟତା ହାସଲକାରୀଙ୍କୁ ଆଇକ୍ସିଗୋ ଓ ଆମେରିକାନ ଟୁରିଷ୍ଟର ଭଳି ବ୍ରାଣ୍ଡ୍ର ଉପହାର ଓ ଭାଉଚର ପ୍ରଦାନ କରାଯିବ ।
୭-୧୦ ବର୍ଷ ବୟସ ବର୍ଗରେ କଳାରେ ତ୍ରିପୁରାର ଅଗରତାଲାର ଦେବସ୍ମିତା ବଣିକ, କଳାକୃତିରେ ମହାରାଷ୍ଟ୍ର ଥାନେର ଶ୍ରୁତି ସିଦ୍ଧାର୍ଥ ଗୋଷ ଓ ସାହିତ୍ୟରେ ଗୁଜରାଟର ଅହମଦାବାଦରୁ ନିରଭି ବଶିଷ୍ଠ ବିଜେତା ହୋଇଛନ୍ତି । ସେହିପରି ୧୧-୧୪ ବର୍ଷ ବୟସ ବର୍ଗରେ ଓଡ଼ିଶାର ଖୋର୍ଦ୍ଧାରୁ ସୌମ୍ୟ ମହାନ୍ତି, କଳାକୃତିରେ ମହାରାଷ୍ଟ୍ରର ପୁଣେରୁ ସନିକା ଛାଜେଦ ଓ ସାହିତ୍ୟରେ ତାମିଲନାଡୁର କାଂଚିପୂରମରୁ ବୈଭବ କ୍ରିଷ୍ଣା ବିଜେତା ହୋଇଛନ୍ତି ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଅନୁପ ମନୋହର କହିଛନ୍ତି ଯେ, “ସ୍ପ୍ଲାସ୍ ସର୍ବଦା ଏକ ପ୍ରତିଯୋଗିତାଠାରୁ ଅଧିକ ହୋଇରହିଛି । ଏହା ହେଉଛି ପରିକଳ୍ପନା, ସୃଜନଶୀଳତା ଓ ଆତ୍ମ ପରିପ୍ରକାଶର ଏକ ଉତ୍ସବ । ସ୍ପ୍ଲାସ୍ ୨୦୨୫ ପ୍ରତି ଉତ୍ସାହଜନକ ପ୍ରତିକ୍ରିୟା ସାରା ଦେଶରେ ଆମ ପିଲାଙ୍କ ପାଖରେ ଥିବା ଉଲ୍ଲେଖନୀୟ ପ୍ରତିଭାକୁ ପ୍ରତିଫଳିତ କରୁଛି । ଯୁବ କ୍ରିଏଟରମାନଙ୍କୁ ଶିଖିବା ଓ ଯୋଡ଼ିଦେବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରି ଆମେ ଆଶା କରୁଛୁ ଯେ ବଡ଼ ସ୍ୱପ୍ନ ଦେଖିବା ଓ ନିଜ ସୃଜନଶୀଳତା ଅଭିଳାଷକୁ ବିଶ୍ୱାସର ସହ ଅନୁସରଣ କରିବାରେ ସେମାନଙ୍କୁ ଅନୁପ୍ରାଣିତ କରିବାକୁ ଆମେ ଆଶା ରଖିଛୁ ।”
ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକ୍ଟର ଶ୍ରୀ ସାଭିଓ ମାସ୍କାର୍ନେହାସ, ରାୟାନ ଇଂଟରନ୍ୟାସନାଲ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସର ନିଦେ୍ର୍ଦଶକ ଡକ୍ଟର ସ୍ନେହଲ ପିଂଟୋ ଓ ଦି ଆର୍ଟ ସୋସାଇଟି ଅଫ୍ ଇଣ୍ଡିଆର ମାନ୍ୟବର ଉପସଭାପତି ଶ୍ରୀ ଦୀପକ ପାଟିଲଙ୍କ ଦମେତ ୧୦୦ରୁ ଅଧିକ ବିଶେଷଜ୍ଞଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

5 − five =