ପୁନଃରୁଦ୍ଧାର କାର୍ଯ୍ୟର ତଦାରଖ କରିବେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ଭୁବନେଶ୍ୱର () ବାତ୍ୟା ଓ ବନ୍ୟାର ପାଞ୍ଚ ଦିନ ପରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ର ନବୀନ ପଟନାୟକ । ରାସ୍ତାଘାଟ ମରାମତି, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ପୁନଃସଂଯୋଗ, କ୍ଷୟକ୍ଷତି ଆକଳନ ଆଦି କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେବା ସହ ପୁନଃରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ କ୍ଷତିଗ୍ରସ୍ତ ଅଂଚଳକୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଠାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗର ପ୍ରାୟ ସମସ୍ତ ରାସ୍ତା ମରାମତି ହୋଇ ଚଳାଚଳ ଉପଯୋଗୀ ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ରାସ୍ତା, କେନାଲ ଗୁଡିକରେ ହୋଇଥିବା ଘାଇ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ପ୍ରାୟ ଶେଷ ହୋଇଛି । ଆସନ୍ତା 4-5 ଦିନ ମଧ୍ୟରେ ବଳକା ସବୁ କାମ ସମ୍ପୂର୍ଣ୍ଣ ହୋଇଯିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଛନ୍ତି । ସେହିପରି ରାୟଗଡ଼ାର କେତେକ ଦୁର୍ଗମ ଅଂଚଳକୁ ବାଦ ଦେଲେ ଅଧିକାଂଶ ଦୁର୍ଗମ ଅଂଚଳକୁ ବିଦ୍ୟୁତ ସଂଯୋଗ ହୋଇସାରିଛି । ଆସନ୍ତା 4-5 ଦିନ ମଧ୍ୟରେ ବଳକା ସବୁ ଗ୍ରାମପଂଚୟତକୁ ବିଦ୍ୟୁତ ପୁନଃସଂଯୋଗ ହୋଇଯିବ ବୋଇ ଜଣାଯାଇଛି ।

ସେହିଭଳି ସ୍ୱତନ୍ତ୍ର ରିଲିଫ ବାବଦରେ କ୍ଷତିଗ୍ରସ୍ତ ଲୋକଙ୍କୁ ନଗଦ 1000 ଟଙ୍କା, 50 କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ଦିଆଯାଇଥିବା ବେଳେ ବଳକା ଅର୍ଥ ଡିବିଟି ମାଧ୍ୟମରେ ତୁରନ୍ତ ସେମାନଙ୍କ ଆକାଉଣ୍ଟରେ ଜମା କରିବାକୁ ନିର୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

12 − four =