ପଶ୍ଚିମ ଓଡ଼ିଶାରେ ବିଜେପିକୁ ଧକ୍କା : ବିଜେପି କର୍ମୀ ଓ ଶ୍ରମିକ ସଂଗଠନର କର୍ମକର୍ତ୍ତା ବିଜେଡିରେ ମିଶିଲେ

ଭୁବନେଶ୍ୱର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ପଶ୍ଚିମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ନେତୃମଣ୍ଡଳୀ, କର୍ମକର୍ତ୍ତା, ସମ୍ବଲପୁର ମହାନଗର ନିଗମର ବିଜେପି କର୍ମୀ ଓ ନେତା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ସଂଘର ସାଧାରଣ ସଂପାଦକ ଇନ୍ଦ୍ରଜିତ ତାଣ୍ଡି, ସଭାପତି ମହମ୍ମଦ ୟାସିନ୍‍, କାର୍ଯ୍ୟକାରୀ ସଭାପତି ପଞ୍ଚାନନ କୁମାର, ଉପ-ସଭାପତି ପୁଡୁ ବୁଡେକ୍‍, ରାମ ତ୍ରିପାଠୀ, ଶଶାଙ୍କ ଶେଖର ପାଲ, ସଂପାଦକ ବିକାଶ କୁମାର, ସଂପାଦକ ଦେବେନ କୁମାର ସାହୁ, ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଗଣନାଥ ବାରିକ, ସାଧାରଣ ସଂପାଦକ ଭାସ୍କର ଛତ୍ରିଆ, ବରଗଡ଼ ଜିଲ୍ଲା ସଭାପତି ଡୋଲାମଣି ଦଳେଇ, ଉପ-ସଭାପତି ମୁରଲି ଖଡ଼ିଆ, ସଂପାଦକ ସମର ଭୋଇ, ସୂର୍ଯ୍ୟ ନାରାୟଣ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଗୁରୁ ଚରଣ ମିର୍ଦ୍ଧା, ସଂପାଦକ ରୁପାନନ୍ଦ ଶବର, ସମ୍ବଲପୁର ମହାନଗର ନିଗମ ପୂର୍ବତନ ଯୁବମୋର୍ଚ୍ଚା ସଂପାଦକ ପ୍ରିୟଦର୍ଶି ଇନ୍ଦ୍ରାନିଲ୍‍ଙ୍କ ସମେତ ୬୦ରୁ ଊଦ୍ଧ୍ୱର୍ କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ ନେତୃମଣ୍ଡଳୀ ଓ କର୍ମୀଙ୍କୁ ବିଜେଡି ସଭାପତି ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ପଶ୍ଚିମ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ଓ ସମ୍ବଲପୁର ମହାନଗର ନିଗମର ବିଜେପି କର୍ମୀ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ସମ୍ବଲପୁର ନିର୍ବାଚନ ମଣ୍ଡଳୀ ସହ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଏହି ଅବସରରେ ବିଧାୟିକା ଡ. ପାଣିଗ୍ରାହୀ କହିଥିଲେ ଯେ ଶ୍ରୀ ତାଣ୍ଡିଙ୍କର ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଂଗଠନ ଅଛି ଏବଂ ସେ ଜଣେ ଭଲ ସଂଗଠକ । ଶ୍ରୀ ଇନ୍ଦ୍ରାନିଲ୍‍ ଜଣେ ପୁରୁଣା କର୍ମୀ ଏବଂ ତାଙ୍କ ମା’ ବିଜୁବାବୁଙ୍କ ସମୟରେ ଜନତା ଦଳ ତରଫରୁ ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
Share

Leave a Reply

Your email address will not be published. Required fields are marked *

12 − 9 =