ରାଜ୍ୟ

ଶ୍ରୀମନ୍ଦିର ଉପରେ ଉଡିଲା ଚିଲ

ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଚିଲ । ଗତକାଲି ହଠାତ ନୀଳଚକ୍ର ଉପରେ ଶତାଧିକ ଚିଲ ଉଡୁଥିବା ଦେଖିବାକୁ ମିଳିଛି । ଯାହାକୁ ଅଶୁଭ ସଙ୍କେତ ବୋଲି କହୁଛନ୍ତି ଶ୍ରଦ୍ଧାଳୁ । ଏବେ ମଧ୍ୟପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ, କେହି କେହି ଏହାକୁ ପୃଥିବୀ ପ୍ରତି ମହାବିପତ୍ତି ଆସିବାକୁ ଯାଉଥିବା କହିଛନ୍ତି । ପୂର୍ବରୁ ମଧ୍ୟ ପତିତପାବନ ବାନା ଉପରେ ଚିଲ ବସିଥିଲା ।

ସେହିପରି ନୀଳଚକ୍ରରେ ସଂଯୋଗ ହୋଇଥିବା ମାନସିକ ବାନା ଛିଣ୍ଡିଯାଇଥିଲା । ବାରମ୍ବାର ଏଭଳି ଘଟଣା ଶ୍ରୀମନ୍ଦିର ଉପରେ ଘଟୁଥିବାରୁ ନାନା ଆଶଙ୍କା ଲାଗି ରହିଛି। ଶ୍ରୀମନ୍ଦିର ନୀଳଚକ୍ର ଉପରେ ଆଗରୁ ମଧ୍ୟ ଚିଲ ଉଡିବାର ନଜିର୍ ରହିଛି, ମାତ୍ର ଏତେ ସଂଖ୍ୟାରେ ଚିଲ ଉଡୁଥିବା ପ୍ରଥମଥର ପାଇଁ ଦେଖାଯାଇଛି । ତେଣୁ କେହିକେହି ଏହା ଅଶୁଭର ସଙ୍କେତ ବୋଲି ବିବେଚନା କରୁଥିବା ବେଳେ କେହିକେହି ଏହାକୁ ଚିରାଚରିତ ଘଟଣା ବୋଲି କହୁଛନ୍ତି ।

ସେହିପରି ବହୁତ ଦିନ ଆଗରୁ ମଧ୍ୟ ଏପରି ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ, ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ଉଡିଥିଲା । ସକାଳେ ଏକ ଚିଲ ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ଉପରେ ବସିଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚିଲ ବସିଥିବା ଦେଖିବାକୁ ମିଳିଥିଲା । କେତେକ ଏହାକୁ ଶୁଭ ସଙ୍କେତ ଓ କେତେକ ଏହାକୁ ଅଶୁଭ ବୋଲି ମାନିଥାନ୍ତି । ଚିଲ ବସିବା ଦ୍ୱାରା ଶ୍ରୀମନ୍ଦିରର ନୀତି କାନ୍ତି ପ୍ରଭାବିତ ହୋଇନାହିଁ । କିଛି ସମୟ ବସିବା ପରେ ଚିଲଟି ଉଡିଯାଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen − 16 =