ରାଜ୍ୟ

ରାଜଧାନୀରେ ମିଳିବ ଗାଁର ମଜା, ୨୬ରୁ ଆରମ୍ଭ ହେବାକୁ ଯାଉଛି ‘ଆଦିବାସୀ ମେଳା-୨୬’

 ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ପାଇଁ ପ୍ରସ୍ତୁତି ଚାଲିଛି । କେଉଁଠି ଚାଳ ଘର ଛପର ହେଲାଣି ତ ଆଉ କେଉଁ ଘର ନାଲି ମାଟିରେ ଲିପାହେଲାଣି । ଏଭଳି ଆଦିବାସୀ ଗାଁର ମନୋରମ ଦୃଶ୍ୟ ଦେଖିବାକୁ ମିଳିଲାଣି । ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି ‘ଆଦିବାସୀ ମେଳା-୨୬’ । ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଅପରାହ୍ନ ୨ଟା ୩୦ରୁ ରାତି ୯ଟା ଯାଏ ମେଳା ବୁଲି ହେବ । ଆଦିବାସୀ ହାଟ, ଆଦିବାସୀ କଳାକୃତି ଓ ହସ୍ତଶିଳ୍ପକୁ ନେଇ ସମନ୍ୱିତ ଉନ୍ନୟନ ସଂସ୍ଥାକୁ ୨୩, ମ୍ୟାନେଜ୍‌ମେଣ୍ଟ ପ୍ଲାନ ଅଞ୍ଚଳ ଓ ସରକାରୀ ସଂସ୍ଥାକୁ ୨୦ଟି ଷ୍ଟଲ ପ୍ରଦାନ କରାଯାଇଛି । ୧୦ଟି ଆଦିବାସୀ ମଡେଲ ଗାଁ ପ୍ରସ୍ତୁତ କରାଯିବ । ଯେଉଁଥିରେ ସେମାନଙ୍କ ଜୀବନଶୈଳୀ, ସଂସ୍କୃତି ସମେତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ପ୍ରଦର୍ଶନ କରାଯିବ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଭୁବନେଶ୍ୱରଠାରେ ଆଦିବାସୀ ମେଳା ଆୟୋଜନ କରାଯାଇଥାଏ । ଓଡ଼ିଶା ସରକାରଙ୍କ “ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ’ ପୃଷ୍ଠପୋଷକତାରେ ଏହି ମେଳା ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ । ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଲା – ଆଦିବାସୀଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ବଜାର ସୃଷ୍ଟି କରିବା । ମେଳା ପରିସରରେ ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୮ଟା ୩୦ ଯାଏ ଚାଲିବ।
Share

Leave a Reply

Your email address will not be published. Required fields are marked *

8 + thirteen =