ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରାକ ବଜେଟ ବୈଠକ । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ସଚିବଙ୍କ ସହ ଅର୍ଥନୀତି ବିଶାରଦ ଯୋଗଦେଇ ମତାମତ ରଖିଛନ୍ତି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯିବ ।  ଆଜି ପ୍ରାକ୍ ବଜେଟ୍ ବୈଠକରେ ୧୯ ଜଣ ବ୍ୟକ୍ତି ବିଶେଷ ଗଠନାତ୍ମକ ଓ ସୁଚିନ୍ତିତ ମତାମତ ରଖିଛନ୍ତି । ପ୍ରାୟ ୨ ହଜାର ବ୍ୟକ୍ତିବିଶେଷ ବଜେଟ ନେଇ ଅନଲାଇନ୍ ମାଧ୍ୟମରେ ନିଜ ମତାମତ ରଖିଛନ୍ତି ।  ଅଧିକରୁ ଅଧିକ ଲୋକଙ୍କ ମତାମତକୁ ସରକାର ପକ୍ଷରୁ ଆହ୍ୱାନ କରାଯାଇଛି ।  ଲୋକଙ୍କ ମତାମତ ଓ ପ୍ରସ୍ତାବକୁ ଆଧାର କରି ଏଥିବାର ବଜେଟ୍ ପ୍ରସ୍ତୁତ ହେବ ବୋଲି ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − eight =