ରାଜ୍ୟ

ପ୍ରପୋଜ ଡେ ମର୍ଡର, ସତ ମାନିଲା ପ୍ରେମିକା

ପ୍ରପୋଜ ଡେ ମର୍ଡର । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ନୂଆ ଟ୍ବିଷ୍ଟ । ପ୍ରେମିକା ରୁମରେ ପ୍ରେମିକର ହତ୍ୟା । ମର୍ଡର ସତ ମାନିଲା ପ୍ରେମିକା । ସାମ୍ନାକୁ ଆସିଲା ପ୍ରେମିକାର ଅଡିଓ କଲ୍ । କିଭଳି ହୋଇଥିଲା ହତ୍ୟାକାଣ୍ଡ, ଗୋଟି ଗୋଟି କରି ସବୁ ସତ ମାନିଲା । ସତ୍ୟବ୍ରତକୁ ଦିନେଶ ହତ୍ୟା କରିଥିବା ମାନିଛି ପ୍ରେମିକା । ରାଜଧାନୀରେ ଲଭ୍-ମର୍ଡର-ଆକ୍ସିଡେଣ୍ଟ ମାମଲାରେ ପ୍ରେମିକାକୁ ଚାଲିଛି ମାରାଥନ ଜେରା କରୁଛି । ହତ୍ୟାକାରୀ ଦିନେଶକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରୁଛି।

ଅନ୍ୟପଟେ ମର୍ଡର ପ୍ଲଟରୁ କାର କିଏ ନେଇ ଖସିବାକୁ ଚେଷ୍ଟା କରୁଥିଲା ଜାଣିବା ପାଇଁ ଗାଡି ମାଲିକାଣୀଙ୍କୁ ଜେରା କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ହତ୍ୟାକାଣ୍ଡ ସହ କାର ମାଲିକାଣୀଙ୍କ ସମ୍ପର୍କ ରହିଛି କି ନାହିଁ ସେନେଇ ଖିଅ ଖୋଜୁଛି । ସେପଟେ ମର୍ଡର ପ୍ଲଟର ମିଳିଛି ସିସିଟିଭି ଫୁଟେଜ। ନୀଳାଦ୍ରିବିହାରରେ ରହୁଥିବା ପ୍ରେମିକାଙ୍କୁ ଚକୋଲେଟ୍ ଦେବାକୁ ଆସିଥିଲେ ପ୍ରେମିକ ସତ୍ୟବ୍ରତ ପ୍ରଧାନ । ଘର ବ୍ରହ୍ମଗିରି ହସିନପୁର ଅଞ୍ଚଳରେ । ପ୍ରେମିକାକୁ ଚକୋଲେଟ୍ ଦେବା ସହ କିଛି ସମୟ ବିତାଇଥିଲେ ।

ଏତିକି ବେଳେ ଯୁବତୀଙ୍କ ଆଉ ଜଣେ ପ୍ରେମିକ ଦୀନେଶ ଏଣ୍ଟ୍ରି ମାରିଥିଲେ । ପ୍ରେମିକା ସହ ସତ୍ୟବ୍ରତକୁ ଦେଖିବା ପରେ ରକ୍ତ ମୁଖା ହୋଇଯାଇଥିଲା । ପରିବା କଟା ଛୁରୀରେ ସତ୍ୟବ୍ରତଙ୍କୁ ଆକ୍ରମଣ କରି ଦିନେଶ ଲହୁଲୁହାଣ କରିଥିବା ଅଭଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଖସି ପଳାଇବା ପାଇଁ ଉଦ୍ୟମ ବେଳେ ନିଳାଦ୍ରିବିହାର ଛକରେ ସତ୍ୟବ୍ରତଙ୍କ ମୃତ୍ୟୁ ଘଟିଥିଲା । ସୋସିଆଲ ମିଡିଆରୁ ଟ୍ୟାକ୍ସି ଡ୍ରାଇଭର ସତ୍ୟବ୍ରତଙ୍କ ପ୍ରେମ ଆରମ୍ଭ ହୋଇଥିଲା । କିନ୍ତୁ ସେ ଜାଣି ନଥିଲେ ଏହି ପ୍ରେମ ତାଙ୍କ ଜୀବନ ନେବ  ।

Share

Leave a Reply

Your email address will not be published. Required fields are marked *

5 × one =