ପୁଣି କୋର୍ଟକୁ ଆସିଲା ବୋମା ଧମକ
ରାଜ୍ୟର ବିଭିନ୍ନ ଜିଲ୍ଲା କୋର୍ଟକୁ ପୁଣି ଆସିଲା ବୋମା ଧମକ । କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକପୂର୍ଣ ଇମେଲ୍ । କଟକ ଜିଲ୍ଲା କୋର୍ଟ, ଫୁଲବାଣୀ କୋର୍ଟ ଏବଂ ପୁରୀ କୋର୍ଟକୁ ଆସିଛି ଏହି ଧମକପୂର୍ଣ ଇମେଲ୍ । ଘଟଣାସ୍ଥଳରେ ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। ଏପରି ଧମକ ମିଳିବା ପରେ କୋର୍ଟ ପରିସର ଖାଲି କରାଯିବା ସହ ସୁରକ୍ଷା ବ୍ୟବସ୍ତା ବଢ଼ାଯାଇଛି ଏବଂ ଚେକିଂ ଜାରି ରହିଛି । ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖା ଦେଇଛି ।
କିଛି ଦିନ ତଳେ ରାଜ୍ୟର ଅନେକ କୋର୍ଟକୁ ଏପରି ବୋମା ଧମକ ଆସିଥିଲା। ପରେ ତାହା ଗୁଜବ ବୋଲି ଜଣାପଡ଼ିଥିଲା। ଗତ ଜାନୁଆରୀ ୮ ତାରିଖରେ ଓଡ଼ିଶା ସମେତ ବିଭିନ୍ନ ସହରରେ ଥିବା କୋର୍ଟକୁ ବୋମାରେ ଉଡ଼ାଇବାକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଥିଲା। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ ମଧ୍ୟ ଆସିଲା।

