ରାଜ୍ୟ

କମିଥିଲା, ଆଜି ପୁଣି ବଢିଲା ସୁନା ଦର

 ଦୁଇ ଦିନ କମିବା ପରେ ଲଗାତାର ଦୁଇ ଦିନ ହେଲା ବଢିଚାଲିଛି ଉଭୟ ସୁନା ଓ ରୁପା ରେଟ୍ । ଦିନକରେ ସୁନା ଦର ୨୮୯୦ ଟଙ୍କା ଓ ରୁପା ୫ ହଜାର ବଢ଼ିଛି । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨ହଜାର ୮୯୦ ଟଙ୍କା ବଢିଛି ।  ବର୍ତ୍ତମାନ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୫୬ ହଜାର ୬୦୦ ଟଙ୍କା ।  ସେହିପରି ୨୨ କ୍ୟାରେଟ ସୁନା  ଦର ୧୦ ଗ୍ରାମ ପିଛା  ୨୬୫୦ଟଙ୍କା ବୃଦ୍ଧି ପାଇ ହୋଇଛି ୧ ଲକ୍ଷ ୪୩ ହଜାର ୫୫୦ ଟଙ୍କା ।  ସେପଟେ ରୁପା କିଲୋ ପିଛା ଦର ବୃଦ୍ଧି ପାଇ ହୋଇଛି ୨ଲକ୍ଷ ୮୫ହଜାର ଟଙ୍କା ।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୬,୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୩,୫୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୬,୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୩,୫୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୫୬,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୪୩,୫୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୫୨,୫୦୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୩୯,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୪,୦୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୧,୨୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୬,୬୦୦ ଓ ୧,୪୩,୫୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୮୫,୦୦୦ ଟଙ୍କା ହୋଇଛି
Share

Leave a Reply

Your email address will not be published. Required fields are marked *

9 − 7 =