ରାଜ୍ୟ

କଟକରେ ଲଜ୍ଜା

କଟକରେ ଲଜ୍ଜା । ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ । ଅଭିଯୁକ୍ତ ବସ ଡ୍ରାଇଭରକୁ ଗିରଫ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି, ମହାନଦୀ ବିହାରରେ ରହୁଥିବା ଜଗତସିଂହପୁର ଜିଲ୍ଲା ବରିଡି ଥାନା କାଇଜଙ୍ଗର ବିଶ୍ୱନାଥ ସାହୁ । ସୂଚନା ମୁତାବକ କଟକର ଏକ ପ୍ରତିଷ୍ଠିତ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଦୁଇ ଛାତ୍ରୀ ପ୍ରତିଦିନ ସ୍କୁଲ ବସରେ ଯିବା ଆସିବା କରୁଥିଲେ ।

ମଙ୍ଗଳବାର ଅଭିଯୁକ୍ତ ଡ୍ରାଇଭର ସ୍କୁଲ ଛୁଟି ପରେ ଗାଡିରେ ବସିଥିବା ଦୁଇ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲା  । ଏ ସମ୍ପର୍କରେ ପୀଡିତା ପରିବାର ଲୋକଙ୍କୁ ଜଣାଇଥିଲେ । ପୀଡିତାଙ୍କ ଅଭିଭାବକ ତୁରନ୍ତ ସିଡବ୍ଲୁସିରେ ହାଜର ହୋଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ତୁରନ୍ତ ଚାଇଲ୍ଡ ଲାଇନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚାଇଲ୍ଡ ଲାଇନ ମାଧ୍ୟମରେ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦାୟର କରିଥିଲେ । ତଦନ୍ତ କରି ପୋଲିସ ବୁଧବାର ଅଭିଯୁକ୍ତ ବିଶ୍ୱନାଥକୁ ଗିରଫ କରିଛି ।
Share

Leave a Reply

Your email address will not be published. Required fields are marked *

11 + nineteen =