ରାଜ୍ୟ

ଆଜି ପବିତ୍ର ମହାଶିବରାତ୍ରି

ଆଜି ପବିତ୍ର ଜାଗର। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ। ଶୈବପୀଠରେ ଭକ୍ତଙ୍କ ଗହଳି । ଶିବମୟ ହୋଇପଡିଛି ପରିବେଶ ।  ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ରାଜ୍ୟର ବିଭିନ୍ନ ଶୈବପୀଠ । ଦୀପ ଜାଳି ରାତି ଉଜାଗର ରହି ମହାଦେବଙ୍କ ଆରାଧାନା କରିବେ ଭକ୍ତ ।  ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ରାତି ଅଧରୁ ଭକ୍ତଙ୍କ ଲମ୍ବା ଧାଡି ଲାଗିଛି । ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଲିଙ୍ଗରାଜରେ ହଜାର ହଜାର ସଂଖ୍ୟାରେ ଦୀପ ଜାଳିବେ ଭକ୍ତ।

ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।  ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜରେ ସୁରକ୍ଷା ପାଇଁ ୪୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସିସିଟିଭିରେ ଛାଉଣୀ ହୋଇଛି ମନ୍ଦିର ।

Share

Leave a Reply

Your email address will not be published. Required fields are marked *

eighteen + 9 =