କ୍ରୀଡା

ବାଦ ପଡିଲା ବାଂଲାଦେଶ, ସ୍କଟଲାଣ୍ଡକୁ ବିଶ୍ବକରେ ମିଳିଲା ସୁଯୋଗ

୨୦୨୬ ଟି୨୦ ବିଶ୍ୱକପ୍ ନେଇ ବାଂଲାଦେଶ ଏବଂ ଆଇସିସି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିବାଦ ଚାଲିଥିଲା । ବାଂଲାଦେଶ ଟି୨୦ ବିଶ୍ବକପ ପାଇଁ ଭାରତ ନ ଆସିବାକୁ ଜିଦରେ ଅଟଳ ରହିବା ପରେ ଆଇସିସି ଏବେ ତାର ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିଛି । ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ଆଇସିସି ବାଂଲାଦେଶ ସ୍ଥାନରେ ସ୍କଟଲାଣ୍ଡ ଖେଳିବ ବୋଲି କହିଛି । ଏହା ସହିତ ବାଂଲାଦେଶ ଟି୨୦ ବିଶ୍ୱକପରୁ ବାଦ ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ଭାରତ ଯାତ୍ରା କରିବାକୁ ମନା କରିବାରୁ ଆଇସିସି ବାଂଲାଦେଶକୁ ଟି୨୦ ବିଶ୍ୱକପରୁ ବାଦ ଦେଇଛି ଏବଂ ସ୍କଟଲାଣ୍ଡକୁ ବିଶ୍ବକରେ ସ୍ଥାନ ମିଳିଛି । କିଛି ଦିନ ପୂର୍ବରୁ, ଆଇସିସି ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ବିଶ୍ୱକପ୍ ଖେଳିବା ପାଇଁ ଭାରତ ଆସିବା କିମ୍ବା ସ୍କଟଲାଣ୍ଡ ଦ୍ୱାରା ବଦଳାଯିବାକୁ ସମ୍ମୁଖୀନ ହେବା ପାଇଁ ଅଲ୍ଟିମେଟମ ଦେଇଥିଲା । ତଥାପି, ବାଂଲାଦେଶ ନିଜ ମତରୁ ଓହରି ନଥିଲା ଏବଂ ଭାରତ ଯାତ୍ରା କରିବାକୁ ମନା କରିଦେଇଥିଲା । ଯେଉଁଥିପାଇଁ ଆଇସିସି ଏବେ ବାଂଲାଦେଶକୁ ବିଶ୍ୱକପ୍ ରୁ ବାଦ ଦେଇଛି ।

ବିସିସିଆଇର ନିର୍ଦ୍ଦେଶରେ କୋଲକାତା ନାଇଟ୍ ରାଇଡର୍ସ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ରିଲିଜ କରିଥିଲା । କେକେଆର ମୁସ୍ତାଫିଜୁରକୁ ୯.୨୦ କୋଟିରେ କିଣିଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଚାଲିଥିବା ହିଂସା ମଧ୍ୟରେ ବିସିସିଆଇର ଏହି ନିଷ୍ପତ୍ତି ନେଇଥିଲା । ଏହାପରେ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବାଂଲାଦେଶ ଭାରତକୁ ଟି୨୦ ବିଶ୍ୱକପ୍ ଖେଳିବାକୁ ଆସିବାକୁ ମନା କରିଦେଇଥିଲା । ବାଂଲାଦେଶ ଆଇସିସିକ ଅନୁରୋଧ କରିଥିଲା କି, ସେମାନଙ୍କ ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ । ବାଂଲାଦେଶ ଯେଉଁ କାରଣ ଯୋଗୁଁ ଭାରତ ଆସିବାକୁ ମନା କରୁଥିଲା, ଆଇସିସି ତାହା ତଦାରଖ କରିବା ପରେ କୌଣସି ବିପଦ ନାହିଁ ବୋଲି କହିଥିଲା । ଫଳରେ ବାଂଲାଦେଶକୁ ଖେଳିବାକୁ ଭାରତ ଆସିବାକୁ ହେବ,ନ ଚେତ ଟି୨୦ ବିଶ୍ବକପ ଖେଳିବ ନାହିଁ ବୋଲି ଆଇସିସି ଅଲ୍ଟିମେଟମ ଦେଇଥିଲା । କିନ୍ତୁ ବାଂଲାଦେଶ ଶେଷରେ ଭାରତ ନ ଆସିବାକୁ ରାଜି ହେବାରୁ ଟି୨୦ ବିଶ୍ବକପରୁ ବାଦ୍ ପଡିଥିଲା ।

ବାଂଲାଦେଶ ବଦଳରେ ସ୍କଟଲାଣ୍ଡକୁ ଗ୍ରୁପ୍ ସିରେ ସାମିଲ କରାଯାଇଛି । ସ୍କଟଲାଣ୍ଡ ଫେବୃଆରୀ ୭ରେ ୱେଷ୍ଟଇଣ୍ଡିଜ୍, ଫେବୃଆରୀ ୯ରେ ଇଟାଲି ଏବଂ ଫେବୃଆରୀ ୧୪ରେ ଇଂଲଣ୍ଡ ବିପକ୍ଷରେ କୋଲକାତାରେ ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ । ଏହା ପରେ ସ୍କଟଲାଣ୍ଡ ଫେବୃଆରୀ ୧୭ରେ ମୁମ୍ବାଇରେ ନେପାଳ ବିପକ୍ଷରେ ସେମାନଙ୍କର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବ ।

Share

Leave a Reply

Your email address will not be published. Required fields are marked *

eighteen + 15 =