କ୍ରୀଡା

ଟ୍ରେନରେ ଗଲେ ଦୁବେ

ଟିମ୍ ଇଣ୍ଡିଆ ପୁଣିଥରେ ଟି୨୦ ବିଶ୍ବକପ ଜିତି ସମଗ୍ର ଦେଶବାସୀଙ୍କୁ ଖୁସି କରିଦେଇଛନ୍ତି । ଅହମଦାବାଦରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡକୁ ଏକତରଫା ହରାଇ ଲଗାତାର ଦ୍ବିତୀୟ ଏବଂ ରେକର୍ଡ ଭାବେ ୩ୟ ଥର ଟାଇଟଲ ବଜାୟ ରଖିଛି । ଏଥର ଟିମ୍ ଇଣ୍ଡିଆ ବିଜୟ ପାଇଁ କୌଣସି ବିଜୟ ପରେଡ କରାଯାଇନାହିଁ । ତେଣୁ ସମସ୍ତ ଖେଳାଳି ନିଜ ନିଜ ଘରକୁ ଫେରିଯାଇଛନ୍ତି । କିନ୍ତୁ ସମସ୍ତ ବିଶ୍ବ ଚାମ୍ପିଅନ ଷ୍ଟାରଙ୍କୁ ଘର ଲୋକ ସ୍ବାଗତ କରିଛନ୍ତି । କିନ୍ତୁ ଟି୨୦ ବିଶ୍ବକପରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଖେଳାଳି ଟ୍ରେନର ଥାର୍ଡ-ଏସି କୋଚରେ ବସି ଅହମଦାବାଦରୁ ବାହାରିଛନ୍ତି ।

ଟି୨୦ ବିଶ୍ବକପ ଫାଇନାଲରେ ୮ ବଲରେ ୨୫ ରନ୍ କରି ଖେଳାଳି ଶିବମ ଦୁବେ ମୁମ୍ବାଇ ଫେରିଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ବିମାନରେ ମୁମ୍ବାଇ ଆସିବା ପରିବର୍ତ୍ତେ ଟ୍ରେନରେ ଘରକୁ ଫେରିଛନ୍ତି ଶିବମ ଦୁବେ । ଅହମଦାବାଦରେ ଫାଇନାଲ ମ୍ୟାଚ ସରିବା ପରେ ଶିବମ ଦୁବେ ଏବଂ ତାଙ୍କ ପତ୍ନୀ ଜଣେ ସାଙ୍ଗ ସହିତ ମୁମ୍ବାଇ ଆସିବାକୁ ପ୍ଲାନ୍ କରିଥିଲେ । କିନ୍ତୁ ଅହମଦାବାଦରୁ ମୁମ୍ବାଇ ପାଇଁ ସମସ୍ତ ବିମାନ ପୂର୍ବରୁ ବୁକ୍ ରହିଥିଲା । ତେଣୁ ଟିକେଟ ମିଳିନଥିଲା । ଆଉ ଏଥିପାଇଁ ଟ୍ରେନରେ ଯିବାକୁ ନିଷ୍ପତ୍ତି ନେଇଥିଲେ ।

ଶିବମ ଦୁବେଙ୍କୁ କେହି ଟ୍ରେନରେ ନ ଚିହ୍ନନ୍ତୁ ତେଣୁ ମୁହଁରେ ମାସ୍କ ଏବଂ ଟୋପି ଲଗାଇ ଟ୍ରେନରେ ଯାଇଥିଲେ । ଶିବମ ଦୁବେ ଏବଂ ପତ୍ନୀ ଆଉ ସାଙ୍ଗ ସୁରକ୍ଷିତ ଭାବେ ଟ୍ରେନରେ ମୁମ୍ବାଇ ଘରକୁ ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − two =