କ୍ରୀଡା

ଅଭ୍ୟାସ ସମୟରେ ଆହତ ହେଲେ ଷ୍ଟୋକ୍ସ

ଇଂଲଣ୍ଡ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଏବଂ ଟେଷ୍ଟ ଅଧିନାୟକ ବେନ ଷ୍ଟୋକ୍ସ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । ଷ୍ଟୋକ୍ସଙ୍କ ଗାଲରେ ଗଭୀର ଆଘାତ ଲାଗିଛି । ଅଭ୍ୟାସ ବେଳେ ଏକ କ୍ରିକେଟ ବଲ୍ ବାଜି ତାଙ୍କ ମୁହଁ ଫାଟି ଯାଇଛି । ସେ ନିଜେ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରି ଜଣାଇଛନ୍ତି ।

ସେ ଲେଖିଛନ୍ତି, ତୁମେମାନେ କ୍ରିକେଟ୍ ବଲ୍ କରାମତି ଦେଖିବା ଉଚିତ୍ ।’ଷ୍ଟୋକ୍ସ ନିଜ ସାଙ୍ଗ ସହିତ ମଇଦାନରେ ଠିଆ ହୋଇଥିଲେ । ଆଉ ହଠାତ୍ ବଲ ଆସି ଷ୍ଟୋକ୍ସଙ୍କ ଡାହାଣ ଗାଲରେ ଏକ ବଲ୍ ବାଜିଥିଲା । ତାଙ୍କ ଡାହାଣ ଆଖିର ତଳ ଭାଗ ଫୁଲିଯିବା ସହ କଳା ପଡ଼ି ଯାଇଥିଲା । ଏପରିକି ନାକରୁ ମଧ୍ୟ ରକ୍ତସ୍ରାବ ହୋଇଥିଲା । ଫଟୋରେ ସେ ନାକରେ ଏକ ବ୍ୟାଣ୍ଡେଜ ଲଗାଇଥିବା ଦେଖିବାକୁ ମିଳିଛି । ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଆଶା କରିଛନ୍ତି ତାଙ୍କ ଫ୍ୟାନ୍ସ ।

ଅଷ୍ଟ୍ରେଲିଆ ବିପକ୍ଷରେ ସଦ୍ୟ ସମାପ୍ତ ଆସେସ୍ ସିରିଜ୍ ସମୟରେ ବେନ୍ ଷ୍ଟୋକ୍ସ ଆହତ ହୋଇଥିଲେ । ବୋଲିଂ କରିବା ସମୟରେ ଷ୍ଟୋକ୍ସଙ୍କ ଗଣ୍ଠିରେ ଆଘାତ ଲାଗିଥିଲା ଏବଂ ବର୍ତ୍ତମାନ ସେ ଏଥିରୁ ସୁସ୍ଥ ହେଉଛନ୍ତି । ଷ୍ଟୋକ୍ସ ଅଭ୍ୟାସ ଆରମ୍ଭ କରିଥିଲେ, କିନ୍ତୁ ଅଭ୍ୟାସ ସମୟରେ ଆଉ ଥରେ ଆହତ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

five − two =