ରାଜନୀତି

୪ଟା ଯାଏଁ ଗୃହକୁ ମୁଲତବି

ଆଜି ମଧ୍ୟ ଗୃହର ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ବାଭାବିକ ଭାବେ ଚାଲିପାରୁନି ଏହାକୁ ଦୃଷ୍ଟିରେ ରଖି ୪ଟା ଯାଏଁ ଗୃହକୁ ମୁଲତବି ରଖା ଯାଇଛି। ବିରେଧୀଙ୍କ ହଙ୍ଗାମା ପାଇଁ ଗୃହକୁ ପୁଣି ବାଚସ୍ପତି ଙ୍କ ନିର୍ଦ୍ଦେଶ କ୍ରମେ ମୁଲତବୀ କରାଯାଇଛି । ଗୃହକାର୍ଯ୍ୟ ଆଜି ମଧ୍ୟ ସମାନ ଅବସ୍ଥା। ବିଜେଡି, କଂଗ୍ରେସ ବିଧାୟକଙ୍କ ନାରାବାଜି ଭିତରେ ବାରମ୍ବାର ମୁଲତବି ହେଉଛି ଗୃହ। ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ଏହାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ବିଧାୟକ ନାରାବାଜି କରିଛନ୍ତି। ଗତ ୫ ଦିନ ହେଲା ସ୍ବାଭାବିକ ହୋଇପାରୁନି ପ୍ରଶ୍ନକାଳ।

Share

Leave a Reply

Your email address will not be published. Required fields are marked *

10 − 2 =