ରାଜନୀତି

ନିର୍ବାଚନରେ ସରପ୍ରାଇଜ ଦେବ କି ବିଜେଡି ?

ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । ରାଜ୍ୟସଭା ନିର୍ବାଚନରେ ସରପ୍ରାଇଜ ଦେବ କି ବିଜେଡି ? ମହିଳା ପ୍ରାର୍ଥୀଙ୍କୁ ଦିଲ୍ଲୀ ଟିକେଟ ଦେଇପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଯଥେଷ୍ଟ ସମ୍ଭାବନା ରହିଛି।

ଏହା ପୂର୍ବରୁ ଗତକାଲି ନବୀନ ନିବାସରେ ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ଦଳୀୟ ବିଧାୟକଙ୍କ ବୈଠକ ବସିଥିଲା । ସାଂଗଠନିକ ବିଷୟ ନେଇ ଆଲୋଚନା ହୋଇଛି । ସଂଗଠନ କିପରି ମଜଭୁତ ହେବ ସେ ନେଇ ଆଲୋଚନା କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ନେଇ ନବୀନ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ଦଳର ବରିଷ୍ଠ ନେତା କହିଛନ୍ତି । ବିଧାୟକଙ୍କ ସଂଖ୍ୟାଦୃଷ୍ଟିରୁ ବିଜେଡି ଗୋଟିଏ ରାଜ୍ୟସଭା ଆସନରେ ଜିତିବା ନିଶ୍ଚିତ । ଏଭଳି ସ୍ଥଳେ ବିଜେଡି ୬ସେଟ ନାମାଙ୍କନ ପତ୍ର ନେବା ନେଇ ଦଳର ବଡ଼ ରଣନୀତିକୁ ସ୍ପଷ୍ଟ କରିଛି।
Share

Leave a Reply

Your email address will not be published. Required fields are marked *

8 + seventeen =