ଆଜି ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ
ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏସ୍ଆଇଆର ଓ ରାଜ୍ୟସଭା ନିର୍ବାଚନକୁ ନେଇ ହେବ ଆଲୋଚନା। ବିଜେପି ସଭାପତି ମନମୋହନ ସାମଲଙ୍କ ବୈଠକ ହେବ। ବିଜେପିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିବେ।
ସୂଚନ ଅନୁଯାୟୀ, ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବ । ପ୍ରଥମେ ଏସ୍ଆଇଆର ପ୍ରସଙ୍ଗରେ ଆଲୋଚନା ହେବ । ରାଜ୍ୟ ବିଜେପି ପଦାଧିକାରୀ ଏବଂ ବିଧାୟକମାନେ ଉପସ୍ଥିତ ରହିବେ । ଏହାପରେ ରାଜ୍ୟସଭା ନିର୍ବାଚନକୁ ନେଇ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ । ବିଜେପି ବିଧାୟକଙ୍କୁ ରାଜ୍ୟସଭା ମତଦାନ ପଦ୍ଧତି, ନିୟମ ବାବଦରେ ତାଲିମ ଦିଆଯିବ । ଏଥି ସହିତ ମକ୍ ପୋଲ୍ ମଧ୍ୟ ହେବ । କିଏ କାହାକୁ ପ୍ରଥମ ପସନ୍ଦ ଓ କାହାକୁ ଦ୍ୱିତୀୟ ପସନ୍ଦ ଭୋଟ ଦେବେ, ସେ ବାବଦରେ ସେମାନଙ୍କୁ ଜଣାଇ ଦିଆଯିବ ।

