TRP ପାଇଁ ଆସିଲା ନୂଆ ନିୟମ, ଆଉ ଠକି ହେବନି
ଟିଭି ଚ୍ୟାନେଲ୍ TRP ପାଇଁ ଆସିଲା ନୂଆ ନିୟମ । ଏବେ ସବୁ ହେବ ସ୍ପଷ୍ଟ, କେହି କରିପାରିବେନି ହେରଫେର। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂଆ ‘ଟିଭି ରେଟିଂ ପଲିସି ୨୦୨୬’ ଲାଗୁ କରିଛନ୍ତି । ନୂଆ ନିୟମ ଦ୍ୱାରା ଚ୍ୟାନେଲଗୁଡ଼ିକର TRP ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ଭରସାଯୋଗ୍ୟ ହେବ। କୌଣସି ବିଜ୍ଞାପନଦାତା କିମ୍ବା ବ୍ରୋଡକାଷ୍ଟର ଯେପରି ରେଟିଂକୁ ପ୍ରଭାବିତ କରିନପାରିବେ, ସେଥିପାଇଁ କଠୋର ବ୍ୟବସ୍ଥା ହୋଇଛି ।
ଅନେକ ସମୟରେ ଟିଭି ଖୋଲିବା ମାତ୍ରେ ଯେଉଁ ଚ୍ୟାନେଲ୍ ପ୍ରଥମେ ଆସେ ତାକୁ ବହୁତ ଲୋକ ଦେଖୁଛନ୍ତି ବୋଲି ଗଣାଯାଉଥିଲା । ଏବେ ଏହି ସୁବିଧାକୁ ବନ୍ଦ କରାଯାଇଛି । ଏହାକୁ କେବଳ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇପାରିବ, TRP ବଢ଼ାଇବା ପାଇଁ ନୁହେଁ । ଦର୍ଶକଙ୍କ ବ୍ୟକ୍ତିଗତ ତଥ୍ୟକୁ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ନୂଆ DPDP ଆକ୍ଟ ଅନୁସାରେ ଲୋକଙ୍କ ପରିଚୟ ପ୍ରକାଶ କରାଯାଇପାରିବ ନାହିଁ। ବର୍ଷକୁ ଥରେ ବାହାର ସଂସ୍ଥା ଦ୍ୱାରା ଓ ପ୍ରତି ୩ ମାସରେ ଥରେ ନିଜେ କମ୍ପାନୀ ଅଡିଟ୍ କରିବେ। ଯଦି କୌଣସି ଏଜେନ୍ସି ନିୟମ ଭାଙ୍ଗେ, ତେବେ ତାଙ୍କର ପଞ୍ଜିକରଣ ବାତିଲ ହେବ ।

