ଜାତୀୟ

୭୫ଟି ଜିଲ୍ଲାରେ ଏକାକାଳୀନ ବ୍ଲାକ୍ଆଉଟ୍  

ଜରୁରୀକାଳୀନ ପରିସ୍ଥିତି ପାଇଁ ଆଜି ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ମକ୍ ଡ୍ରିଲ୍ କରାଯିବ । ସନ୍ଧ୍ୟା ୬ଟା ସମୟରେ ପୁରା ଉତ୍ତରପ୍ରଦେଶର ୭୫ଟି ଜିଲ୍ଲାରେ ଏକାକାଳୀନ ବ୍ଲାକ୍ଆଉଟ୍  ମକ୍ ଡ୍ରିଲ୍ କରାଯାଉଛି । ଯାହା ୧୦ ମିନିଟ୍ ପାଇଁ କାର୍ଯ୍ୟକାରୀ ହେବ । ଏହି ସମୟରେ ରାଜଧାନୀ ଲକ୍ଷ୍ନୌ ସମେତ ରାଜ୍ୟବ୍ୟାପୀ ସାଇରନ୍ ବାଜିବ ଏବଂ ବିଦ୍ୟୁତ୍ ଯୋଗାଣ ଅସ୍ଥାୟୀ ଭାବରେ ବନ୍ଦ ରହିବ ।

ଏହି ମକଡ୍ରିଲ ବାୟୁସେନା ଆକ୍ରମଣର ପ୍ରସ୍ତୁତି କରାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ହୋଇଥିବା ଅଭ୍ୟାସରେ ସିଭିଲ୍ ଡିଫେନ୍ସ, ପୋଲିସ, SDRF, NDRF, ଫାୟାର ବ୍ରିଗେଡ୍ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମରେ ସଂଯୁକ୍ତ ଭାବେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ବ୍ଲାକ୍ଆଉଟ୍ ଅଭ୍ୟାସ ସହିତ ଜରୁରୀକାଳୀନ ଉଦ୍ଧାର ପ୍ରକ୍ରିୟା ମଧ୍ୟ ପ୍ରଦର୍ଶନ କରାଯିବ ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ବ୍ଲାକ୍ଆଉଟ୍ ସମୟରେ ଘରେ ରୁହନ୍ତୁ ଏବଂ ସମସ୍ତ ଲାଇଟ୍ ବନ୍ଦ କରନ୍ତୁ ମୋବାଇଲ୍ ଫୋନ୍, ଟର୍ଚ୍ଚ ଏବଂ ଟର୍ଚ୍ଚଲାଇଟ୍ ବ୍ୟବହାର କରନ୍ତୁ ନାହିଁ । ବିନା କାରଣରେ ବାହାରକୁ ଯାଆନ୍ତୁ ନାହିଁ ଏବଂ ଶାନ୍ତ ରୁହନ୍ତୁ । ଧୂମପାନ ପରିହାର କରନ୍ତୁ । ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ଅନ୍ୟପଟେ କେବଳ ଏକ ମକ୍ ଡ୍ରିଲ୍ ପ୍ରକୃତ ଜରୁରୀକାଳୀନ ପରିସ୍ଥିତି ନୁହେଁ ବୋଲି ସ୍ପଷ୍ଟ କରିଛି ପ୍ରଶାସନ । ଭବିଷ୍ୟତରେ ପ୍ରକୃତ ସଙ୍କଟ ସମୟରେ ଜୀବନ ଏବଂ

Share

Leave a Reply

Your email address will not be published. Required fields are marked *

five × 5 =