ଜାତୀୟ

ସଂସଦକୁ ମିଳିଲା ବୋମା ଧମକ

ସଂସଦକୁ ଉଡ଼ାଇବାକୁ ବୋମା ଧମକ । ଏହାସହିତ ଦିଲ୍ଲୀର ପ୍ରମୁଖ ୯ଟି ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ବୋମା ଧମକ ମିଳିବା ପରେ ସଂସଦ ଏବଂ କୋର୍ଟ ପରସରକୁ ଖାଲି କରାଯାଇଛି । ଦିଲ୍ଲୀ ପୋଲିସ ମୁତାବକ, ଏହାକୁ ନେଇ କଲ୍ ସକାଳ ୮.୩୦ ରୁ ୯.୦୦ ମଧ୍ୟରେ ଆସିଥିଲା । ଖବର ପାଇ ପୋଲିସ, ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ୍ ତୁରନ୍ତ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସଂସଦ ଆକ୍ରମଣ ପାଇଁ ମୃତ୍ୟୁ ଦଣ୍ଡ ପାଇଥିବା ଆତଙ୍କୀ ଅଫଜଲ ଗୁରୁ ନାମ ନେଇ ଧମକ ଦିଆଯାଇଛି । ଏହାଛଡା ଦିଲ୍ଲୀକୁ ଖଲିସ୍ତାନ କରିବାକୁ କୁହାଯାଇଛି ।

ସୂଚନା ମୁତାବକ, ରାଜଧାନୀ ଦିଲ୍ଲୀରେ ୯ଟି ସ୍କୁଲକୁ ବୋମା ଧମକ ମିଳିଛି । ଦିଲ୍ଲୀ ପୋଲିସ, ଅଗ୍ନିଶମ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା । ଖବର ଲେକା ହେବା ବେଳ ଯାଏଁ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା । ତେବେ ଗତ କିଛିଦିନ ହେଲାଣି ଦେଶର କେତେକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା ।

ସ୍କୁଲକୁ ମିଳିଥିବା ଇମେଲରେ ଅନେକ ଉସୁକାଇବା ଏବଂ ଚିନ୍ତା କରିବା ଭଳି ଜିନିଷ ଲେଖାଯାଇଥିଲା । ଏଥିରେ ଲେଖାଯାଇଛି କି, ଦିଲ୍ଲୀ ହେବ ଖଲିସ୍ତାନ । ପଞ୍ଜାବ ଖଲିସ୍ତାନ ରହିଛି । ଅଫଜଲ ଗୁରୁଙ୍କ ସ୍ମରଣରେ । ଇମେଲରେ ଆଗାମୀ ତାରିଖ ଲେଖାଯାଇ ସଂସଦରେ ବିସ୍ଫୋରଣ କଥା କୁହାଯାଇଛି । ଫେବୃଆରୀ ୧୩ରେ ୧.୧୧ ମିନିଟରେ ବିସ୍ଫୋରଣ ହେବ ବୋଲି କୁହାଯାଇଛି ।

୨୦୦୧ରେ ମଧ୍ୟ ସଂଦ ଉପରେ ଆକ୍ରମଣ ହୋଇଥିଲା, ଯାହା ୧୩ ତାରିଖରେ ହୋଇଥିଲା । ଏହାକୁ ନେଇ ୨୦୧୩, ୯ ଫେବୃଆରୀରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eleven + six =