ନୂଆଦିଲ୍ଲୀଠାର ନର୍ସ ପ୍ରାକ୍ଟିସନର ପ୍ରୋଗ୍ରାମକୁ ନେଇ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, ଫେବୃଆରୀ, ୧୮: ଇଣ୍ଡିଆନ ନର୍ସିଂ କାଉନ୍ସିଲ୍ ତରଫରୁ ଚଳିତ ମାସ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀ ଠାରେ ନର୍ସ ପ୍ରାକ୍ଟିସନର ପ୍ରୋଗ୍ରାମ୍କୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ଏହି କର୍ମଶାଳାର ଲକ୍ଷ୍ୟ ହେଉଛି ରାଜ୍ୟ ନର୍ସିଂ କାଉନ୍ସିଲ୍ ରେଜିଷ୍ଟ୍ରାର, ପ୍ରିନ୍ସିପାଲ୍ ଏବଂ ମେଡିକାଲ / ନର୍ସିଂ ପ୍ରିସେପ୍ଟରମାନଙ୍କୁ କିପରି ଏନ୍.ପି. କାର୍ଯ୍ୟକ୍ରମ ଆରମ୍ଭ ଏବଂ କାର୍ଯ୍ୟକାରୀ କରାଯିବ ସେ ବିଷୟରେ ଅବଗତ କରାଇବା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ(ଏମ୍ଇ) ଡକ୍ଟର ବିନୋଦ କୋଟୱାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡିଶା ନର୍ସ ଏବଂ ମିଡ୍ୱାଇଭ୍ସ ରେଜିଷ୍ଟ୍ରେସନ୍ କାଉନ୍ସିଲର ରେଜିଷ୍ଟ୍ରାର୍ ଶ୍ରୀମତି ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ନର୍ସେସ ରେଜିଷ୍ଟ୍ରେସନ୍ ଆଣ୍ଡ ଟ୍ରାକିଂ ନିମନ୍ତେ ଓଡିଶାରେ ନର୍ସମାନଙ୍କ ନାମଲେଖା ଏବଂ ସମସ୍ୟାଯୁକ୍ତ ପଞ୍ଜିକରଣକୁ କାର୍ଯ୍ୟକାରୀ କରିବାରେ ଉତ୍କର୍ଷ ପ୍ରଦର୍ଶନ କରିଥିବାରୁ ପୁରସ୍କୃତ କରାଯାଇଥିଲା ।

