ଇସ୍ତଫା ଦେଲେ ନୀତିଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶେଷରେ ତାଙ୍କ ବିଧାନ ପରିଷଦ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଜେଡିୟୁ ନେତା ଏବଂ ମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି ଯେ, ନୀତୀଶ କୁମାର ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଏବେ ବାଚସ୍ପତିଙ୍କ ନିକଟରେ ଦାଖଲ କରାଯିବ । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ? ସୂତ୍ର ଅନୁସାରେ ନୀତିନ ନବୀନ ମଧ୍ୟ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ନବୀନଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ଏବଂ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।
ଜେଡି(ୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ କୁମାର ମାର୍ଚ୍ଚ ୧୬ ତାରିଖରେ ସଂସଦର ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ ଏବଂ ଦଳୀୟ ସୂତ୍ର ଅନୁଯାୟୀ, ଏମଏଲସି ପଦରୁ ଇସ୍ତଫା ଦେବା ପାଇଁ ୧୪ ଦିନର ଅବଧି ଆଜି ଶେଷ ହେଉଛି। “ସମ୍ବିଧାନରେ ଏକ ବ୍ୟବସ୍ଥା ଅଛି ଯେ ୧୪ ଦିନ ମଧ୍ୟରେ ଇସ୍ତଫା ଦାଖଲ କରିବାକୁ ପଡିବ ଏବଂ ସେହି ଅନୁସାରେ କାମ ଆଗକୁ ବଢ଼ିବ । ନୀତିଶ ବିହାର ବିଧାନ ପରିଷଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସସପେନ୍ସ ଜାରି ରହିଛି । ଏମଏଲସି ପଦରୁ ଇସ୍ତଫା ଦେବା ପରେ ମଧ୍ୟ ନୀତିଶ କୁମାର ୬ ମାସ ପାଇଁ ମୁଖ୍ୟମନ୍ତ୍ରୀ ରହିପାରିବେ ।

