ଜାତୀୟ

ଆଜି ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଆଜି ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଆକାଶରେ ନାଲି ରଙ୍ଗର ଜହ୍ନ ଦେଖାଯିବ । ଏହା ହେଉଛି ୨୦୨୬ର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଗ୍ରହଣ । ଏଥିସହ ୨୦୨୯ ମସିହା ପୂର୍ବରୁ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୩ଟା୨୦ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ । ପୂର୍ଣ୍ଣ ଗ୍ରହଣ ସନ୍ଧ୍ୟା ୫ଟା ୪ ମିନିଟ୍ ରେ ହେବ। ଏହା ପ୍ରାୟ ୫୭ ମିନିଟ୍ ପର୍ଯ୍ୟନ୍ତ ରହିବ। ସନ୍ଧ୍ୟା ୬ଟା ୪୭ ମିନିଟ୍ ରେ ଗ୍ରହଣ ଶେଷ ହେବ। ଗ୍ରହଣର ସମୁଦାୟ ଅବଧି ରହିବ ପ୍ରାୟ ୩ ଘଣ୍ଟା ୨୭ ମିନିଟ୍। ସକାଳ ୬ଟା ୨୦ ପରଠାରୁ ଦେବନୀତି ଓ ପାକ ନିଷେଧ କରାଯାଇଛି।

୧୩ ଘଣ୍ଟାରୁ ଅଧିକ ସମୟ ଧରି ହାଣ୍ଡି ଛାଡ଼ କରାଯିବ। ଓଡ଼ିଶାରେ ଆଂଶିକ ଭାବେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଏହା ସୂର୍ଯ୍ୟ କିମ୍ବା ଚନ୍ଦ୍ର ଉପରେ କୌଣସି କ୍ଷତିକାରକ ପ୍ରଭାବ ପକାଏ ନାହିଁ । ତେଣୁ ଏହା ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ । ରାଶି ଅନୁଯାୟୀ କିଛି ରାଶି ପାଇଁ ଗ୍ରହଣ ଶୁଭ ଓ କିଛି ପାଇଁ ଅଶୁଭ ପ୍ରଭାବ ରହିପାରେ ।
Share

Leave a Reply

Your email address will not be published. Required fields are marked *

16 + sixteen =