Business

ଏସବିଆଇ ଲାଇଫ୍ ‘ଆଇଡେସନଏକ୍ସ ୨.୦’ର ଫାଇନାଲ୍‌ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍‌, ଭୁବନେଶ୍ୱର (ଏକ୍ସଆଇଏମ୍‌ବି)

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଆଇଡିଏସନଏକ୍ସ ୨.୦ର ଫାଇନାଲ୍‌ରେ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟେନେଜମେଂଟ୍‌, ଭୁବନେଶ୍ୱର (ଏକ୍ସଆଇଏମବି) ପ୍ରବେଶ କରିଥିବା ଘୋଷଣା କରାଯାଇଛି। ଏହାର ସେମି-ଫାଇନାଲ୍ ପର୍ଯ୍ୟାୟର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା।
କୋଲକାତା, ସିଲଙ୍ଗ, ଜାମସେଦପୁର, ଭୁବନେଶ୍ୱର, ମୁମ୍ବାଇ, ଅହମଦାବାଦ, ପୁଣେ, ଦିଲ୍ଲୀ, ଗୁରୁଗାଓଁ, ଗାଜିଆବାଦ, ଲକ୍ଷ୍ନୌ, ଚେନ୍ନାଇ, ହାଇଦ୍ରାବାଦ, କୋଭିକୋଡ୍ ଓ ବିଶାଖାପାଟଣାରୁ ଅଗ୍ରଣୀ ବି-ସ୍କୁଲଗୁଡ଼ିକର ୩୫୦୦ରୁ ଅଧିକ ଆବେଦନରୁ ୪୦ଟି ଟିମ୍ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ। ବିବିଧ ପର୍ଯ୍ୟାୟର ଏହି ପ୍ରତିଯୋଗିତାରେ ଆଠଟି ଟିମ୍ ଆଇଡିଏସନ୍‌ଏକ୍ସ ୨.୦ର ଗ୍ରାଣ୍ଡ୍ ଫିନାଲେରେ ପ୍ରବେଶ କରିଛନ୍ତି।
ଏକ୍ସଆଇଏମ୍‌ବି ଭୁବନେଶ୍ୱରର ପ୍ରଜ୍ଞା ମିଶ୍ର, ରିଷିତା ବାନାର୍ଜୀ ଓ ସାଇ ମୋହନ ମିଶ୍ର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟ ଅଂଶଗ୍ରହଣକାରୀ ଅନୁଷ୍ଠାନଗୁଡ଼ିକ ହେଉଛି ଏକ୍ସଏଲଆରଆଇ ଜାମସେଦପୁର, ଆଇଆଇଏଫଟି କୋଲକାତା, ଆଇଆଇଏମ କଲକତା ଓ କିଟ ଭୁବନେଶ୍ୱର। କାର୍ଯ୍ୟକ୍ରମରେ ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା ଓ ଜୋନାଲ ଡାଇରେକ୍ଟର-ଇଷ୍ଟ ଶ୍ରୀ ସନ୍ତୋଷ ଚାକୋ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ବଢ଼ାଇଥିଲେ।
ଏସବିଆଇ ଲାଇଫ ଇନସ୍ୟୁରାନ୍ସର ବ୍ରାଣ୍ଡ, କର୍ପୋରେଟ ଯୋଗାଯୋଗ ଓ ସିଏସଆର ମୁଖ୍ୟ ଶ୍ରୀ ରବିନ୍ଦ୍ର ଶର୍ମା କହିଛନ୍ତି ଯେ, “ଆଇଡିଏସନଏକ୍ସ ୨.୦ ବୀମାର ଭବିଷ୍ୟତକୁ ଗଠନ କରିବା ଲାଗି ଯୁବ ପ୍ରତିଭାବାନଙ୍କ ସମ୍ଭାବନାକୁ ଦେଖିବାର ଏକ ପ୍ରେରଣାଦାୟୀ ପ୍ରଦର୍ଶନ ଥିଲା। ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିବା ସୃଜନଶୀଳତା ଓ ପ୍ରତ୍ୟେକ ଭାବ ଆମ ଯୁବସମାଜର ରୂପାନ୍ତରୀଣ ସମ୍ଭାବନାକୁ ପ୍ରତିଫଳିତ କରୁଛି। ଏସବିଆଇ ଲାଇଫ୍‌ରେ ଆମେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଅଭିଳାଷକୁ ଅନୁସରଣ କରିବ ସହିତ ନିଜ ପ୍ରିୟଜନଙ୍କ ଯତ୍ନ ନେବା ଲାଗି ସକ୍ଷମ କରିବ ବୋଲି ଆମର ବିଶ୍ୱାସ ରହିଛି। ଆଇଡିଏସନଏକ୍ସ ୨.୦ ଭଳି ଅଭିଯାନ ହେଉଛି ସେହି ଦର୍ଶନର ପ୍ରତୀକ। ଭାରତରେ ଏବେବି ବୀମା ସାନ୍ଧ୍ରତା ୪ ପ୍ରତିଶତରୁ କମ୍ ଥିବା ବେଳେ ଏକ ଅଭିନବ, ବ୍ୟାପକ ସମାଧାନର ଜରୁରୀକାଳୀନ ଆବଶ୍ୟକତା ରହିଛି ଯାହା ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଲାଗି ଦେଶର ରହିଥିବା ଅଭିଳାଷକୁ ଆଗକୁ ବଢ଼ାଇବ। ଯୁବ ସୁଲଭ ଶକ୍ତି, ଡିଜିଟାଲ ପ୍ରଥମ ଭାବନା ଏବଂ ଏଠାରେ ପ୍ରଦର୍ଶନ କରାଯାଇଥିବା ବିଶ୍ୱାସ ଆମକୁ ବିଶ୍ୱାସ ଦେଇଛି ଯେ ମିଳିତ ଭାବେ ଆମେ ଏକ ଆର୍ଥିକ ସୁରକ୍ଷିତ ଓ ସ୍ଥାୟୀ ଭାରତ ଗଠନ କରିପାରିବା।”
ଶ୍ରେଷ୍ଠ ୧୦୦ ପ୍ରିମିୟର ବି-ସ୍କୁଲରୁ ୩୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ସହିତ ଆଇଡିଏସନ୍‌ଏକ୍ସ ୨.୦ ବୀମାରେ ନୂତନ ଚିନ୍ତାଧାରା ସୃଷ୍ଟି କରିବାର ଏକ ଚମତ୍କାର ପ୍ଲାଟଫର୍ମରେ ପରିଣତ ହୋଇଛି। ଗ୍ରାଣ୍ଡ ଫିନାଲେରେ ଏହି ଅଭିଯାନ ଯୁବ ପ୍ରତିଭାବାନମାନେ ସେମାନଙ୍କ ସୃଜନଶୀଳତାକୁୁ ଉପଯୋଗ କରି ବୀମାର ଉପଯୋଗ ସାପେକ୍ଷ ବୁଝାମଣାକୁ ନୂଆ ଆକାର ପ୍ରଦାନ କରିବେ।

Share

Leave a Reply

Your email address will not be published. Required fields are marked *

two × two =